ଫୁଲବାଣୀ: ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ଜି ଉଦୟଗିରି ବ୍ଲକ ଉପାଧ୍ୟକ୍ଷ (police arrested G Udayagiri block vice chairman ) । ପ୍ରେମିକାକୁ ବିବାହ ପ୍ରତିଶ୍ରୁତି ଦେଇ ଆଉ ଜଣଙ୍କୁ ବିବାହ କରିବାକୁ ମନ ବଳାଇଥିଲେ । କିନ୍ତୁ ପ୍ରେମିକାକୁ ଦୁଷ୍କର୍ମ ଅଭିଯୋଗ ପରେ ଏବେ ଜେଲର ଚାରି କାନ୍ଥକୁ ଚାଲିଯାଇଛନ୍ତି ବ୍ଲକ ଉପାଧ୍ୟକ୍ଷ ଏନ.ଲୁକ । ସୋମବାର ଟିକାବାଲି ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଅନ୍ୟପଡେ ପୀଡିତା ଜଣଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ରଟିଙ୍ଗିଆ ଗ୍ରାମର ଏନ. ଲୁକ ଟିକାବାଲି ବ୍ଲକ ଶଙ୍କରାଖୋଲ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଗତ ୨୦୨୦ରେ ବିବାହ ପାଇଁ ଉଭୟଙ୍କ ପରିବାର ମଧ୍ୟ ରାଜି ହୋଇଥିଲେ। ପରମ୍ପରା ଅନୁସାରେ ଉଭୟଙ୍କ ନିର୍ବନ୍ଧ ମଧ୍ୟ ସରିଥିଲା । ହେଲେ କିଛି ଦିନ ହେବ ଏନ.ଲୁକ ପ୍ରେମିକାଙ୍କୁ ଅଣଦେଖା କରିବା ସହ କଥା ବାର୍ତ୍ତା ହେବା ବନ୍ଦ କରିଦେଇଥିଲା । ଏବେ କିନ୍ତୁ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯୋଜନା ଚଳାଇଥିବା ବେଳେ ଏନେଇ ଖବର ପାଇଥିଲା ପ୍ରେମିକା ।