ଫୁଲବାଣୀ: କୋରୋନା ହଟସ୍ଫଟ ଭୁବନେଶ୍ୱର ବମିଖାଲରୁ ଫେରି ଫୁଲବାଣୀ ତହସିଲରେ ଜଣେ କର୍ମଚାରୀ କାମ କରିବା ପରେ ସିଲ କରାଯାଇଥିଲା ତହସିଲ ଅଫିସ। 15 ଦିନ ପରେ ସୋମବାର ସିଲ ଖୋଲାଯାଇଛି। ସ୍ୱାଭାବିକ ହୋଇଛି ଅଫିସ କାମ । ରବିବାର ସମ୍ପୃକ୍ତ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ନେଗେଟିଭ ଆସିବା ପରେ ସୋମବାର ସିଲ ଖୋଲା ଯାଇଥିଲା ।
ରାଜ୍ୟରେ କୋରୋନା ହଟସ୍ପଟ ହୋଇଛି ଭୁବନେଶ୍ୱରର ବମିଖାଲ ଅଞ୍ଚଳ। ତେବେ ଏହି ଅଞ୍ଚଳକୁ ସରକାର କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି। କେହି ଏଠାରୁ ବାହାରକୁ ଯିବେ ନାହିଁ କି ଆସି ପାରିବେ ନାହିଁ। କିନ୍ତୁ ଫୁଲବାଣୀ ତହସିଲ କାର୍ଯ୍ୟାଳୟର ଜଣେ କର୍ମଚାରୀ କାହାରିକୁ ନ ଜଣାଇ ବମିଖାଲରେ ନିଜ ଘରକୁ ଯାଇ ପୁଣି ଫେରି ଆସିଥିଲେ 3 ତାରିଖ ଦିନ। 4 ଓ 5ରେ ଅଫିସ କାମ କରିଥିଲେ। ଏକଥା ଜଣାପଡିବା ପରେ ସମସ୍ତେ ଆତଙ୍କିତ ହୋଇଥିଲେ। ତହସିଲ ଅଫିସକୁ ସିଲ କରାଯାଇଥିଲା 5 ତାରିଖରେ। ସୋମବାର ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ 20 ତାରିଖରେ ଖୋଲାଯାଇଛି ଅଫିସ । ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ସମେତ ସମସ୍ତ କର୍ମଚାରୀ ହୋମ କ୍ବାରେଣ୍ଟାଇନରେ ଥିଲେ।