ଫୁଲବାଣୀ: କେ.ନୂଆଗାଁର ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତ ଭୋଳାନାଥ ବେହେରାଙ୍କୁ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଏହା ସହ ଦୋଷୀକୁ 14 ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ନ ଗଣିଲେ ଅତିରିକ୍ତ 6 ମାସ ଜେଲ ଦଣ୍ଡାଦେଶ ଭୋଗିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
କେ.ନୂଆଗାଁ ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ 5 ବର୍ଷ ସଶ୍ରମ କାରାଦଣ୍ଡ - 5 ବର୍ଷ ସଶ୍ରମ କାରାଦଣ୍ଡ
କନ୍ଧମାଳର କେ.ନୂଆଗାଁର ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ଶୁଣାଇଛନ୍ତି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଅଭିଯୁକ୍ତକୁ 5 ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ 14 ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
ଗତ 2015 ମସିହାରେ ଅଭିଯୁକ୍ତ ନାବାଳିକା ଘରେ ଜୋର ଜବରଦସ୍ତ ପଶି ଦୁଷ୍କର୍ମ କରିଥିଲା । ଏପରିକି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲା । ପରିବାର ଲୋକେ କ.ନୂଆଗାଁ ଥାନାରେ ମାମଲା ରୁଜୁ କରିଥିଲେ ଏବଂ ପୋଲିସ 43-2015ରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ କୋର୍ଟ ବୁଧବାର ଦଣ୍ଡାଦେଶ ଶୁଣାଇଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ