ଓଡିଶା

odisha

ETV Bharat / state

ଫୁଲବାଣୀ ବାର ଆସୋସିଏସନ ନିର୍ବାଚନ ଫଳାଫଳ ପ୍ରକାଶିତ - ଫୁଲବାଣୀ ବାର ଆସୋସିଏସନ

ଫୁଲବାଣୀ ଜିଲ୍ଲା ଓକିଲ ସଂଘ ନିର୍ବାଚନରେ ସିଦ୍ଧେଶ୍ବର ଦାଶ ସଭାପତି ଓ ଅଜିତ କୁମାର ପଟ୍ଟନାୟକ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଅଧିକ ପଢନ୍ତୁ...

ବାର ଆସୋସିଏସନ ନିର୍ବାଚନ
ବାର ଆସୋସିଏସନ ନିର୍ବାଚନ

By

Published : Mar 28, 2021, 7:34 AM IST

Updated : Mar 28, 2021, 8:27 AM IST

ଫୁଲବାଣୀ: ଶେଷ ହେଲା ଫୁଲବାଣୀ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା। ଫୁଲବାଣୀ ଜିଲ୍ଲା ଓକିଲ ସଂଘ ନିର୍ବାଚନରେ ସିଦ୍ଧେଶ୍ବର ଦାଶ ସଭାପତି ଓ ଅଜିତ କୁମାର ପଟ୍ଟନାୟକ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଗୋଟିଏ ଭୋଟ ବ୍ୟବଧାନରେ ସଭାପତି ଜିତିବା ସମସ୍ତଙ୍କ ପାଇଁ ଉତ୍କଣ୍ଠାର କେନ୍ଦ୍ର ହୋଇଛି ।

ବାର ଆସୋସିଏସନ ନିର୍ବାଚନ

ଅନ୍ୟ ପଦବୀ ଗୁଡିକ ଅପ୍ରତିଦ୍ଵନ୍ଦୀ ହୋଇଛି। ଶନିବାର ଫୁଲବାଣୀ ବାର ପରିସରରେ ହେଉଥିବା ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ସମୁଦାୟ ୧୩୧ଜଣ ଭୋଟରଙ୍କ ମଧ୍ୟରୁ ୧୨୨ ଜଣ ଭୋଟର ଭୋଟ ଦେଇଥିଲେ। ସେଥିମଧ୍ୟରୁ ସଭାପତି ପଦ ପାଇଁ ଦୁଇ ଜଣ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ସମ୍ପାଦକ ପାଇଁ ମଧ୍ୟ ଦୁଇଜଣ ପ୍ରତିଦ୍ବନ୍ଦିତା କରିଥିଲେ।

ସଭାପତି ପଦ ପାଇଁ ଅଜୟ କୁମାର ସିଂ ଓ ସିଦ୍ଧେଶ୍ବର ଦାଶଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ସେଥିମଧ୍ୟରୁ ସିଦ୍ଧେଶ୍ବର ଦାଶ ୬୧ଟି ଭୋଟ ପାଇ ନିର୍ଵାଚିତ ହୋଇଛନ୍ତି । ଯେଉଁଥିରେ ମାତ୍ର ଗୋଟିଏ ଭୋଟ ନାକଚ ହୋଇଥିଲା । ଅନ୍ୟପଟେ ଅଜୟ ସିଂହ ପାଇଥିଲେ ୬୦ ଖଣ୍ଡ ଭୋଟ। ଗୋଟିଏ ଭୋଟରେ ଜିତିଥିଲେ ସଭାପତି। ସେହିପରି ସମ୍ପାଦକ ପଦ ପାଇଁ ଅଜିତ ପଟ୍ଟନାୟକ ଓ ବିରୂପାକ୍ଷ ପଣ୍ଡାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ଅଜିତ କୁମାର ପଟ୍ଟନାୟକ ୬୭ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ୩ଟି ଭୋଟ ନାକଚ ହୋଇଥିଲା । ୧୫ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି ଅଜିତ।

ଅନ୍ୟ ପଦବୀ ଗୁଡିକ ଅପ୍ରତିଦ୍ବନ୍ଦୀ ଭାବେ ଆଗରୁ ନିର୍ଵାଚିତ ହୋଇଥିଲେ । ସେମାନେ ହେଲେ ଉପସଭାପତି ପ୍ରତାପ ଚନ୍ଦ୍ର ବାଇ, ଯୁଗ୍ମ ସମ୍ପାଦକ ପ୍ରଦୀପ୍ତ ରଞ୍ଜନ ନାୟକ, କୋଷାଧ୍ୟକ୍ଷ ନନ୍ଦିତା କୁମାରୀ, ପାଠାଗାର ସମ୍ପାଦକ ନମିତା ସାହୁ । ଏହି ନିର୍ବାଚନ ପରିଚାଳନା ପ୍ରକ୍ରିୟା ଭି ଭି ରାମ ଦାଶ, ବିଶ୍ଵଜିତ ପଟ୍ଟନାୟକ ଓ ବିଜୟ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଶେଷ ହୋଇଛି ।

ଚଳିତ ନିର୍ବାଚନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳା ସହ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୋଇ ନିର୍ବାଚନ ଶେଷ ହୋଇଥିବାର ନିର୍ବାଚନ ପରିଚାଳକ ଭିଭି ରାମ ଦାଶ କହିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Mar 28, 2021, 8:27 AM IST

ABOUT THE AUTHOR

...view details