ଓଡିଶା

odisha

ETV Bharat / state

ଗୁରୁତର ରୋଗୀଙ୍କୁ ମିଳିଲାନି ସ୍ବାସ୍ଥ୍ୟସେବା, ମୃତ୍ୟୁ ପରେ ବି ନେଲାନି ମହାପ୍ରୟାଣ ଗାଡି

ବଞ୍ଚିଥିବା ବେଳେ ମିଳି ନଥିଲା ସ୍ଵାସ୍ଥ୍ୟ ସେବା। ମୃତ୍ୟୁ ପରେ ମଧ୍ୟ ମିଳିଲା ନାହିଁ ସମ୍ମାନ। କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ର କ୍ରିଟlଙ୍ଗିଆର ଅଂଶୁମାନ ନାୟକ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ l ଅଧିକ ଖବର ପଢନ୍ତୁ...

ମିଳିଲାନି ସ୍ବାସ୍ଥ୍ୟସେବା; ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ
ମିଳିଲାନି ସ୍ବାସ୍ଥ୍ୟସେବା; ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ

By

Published : Aug 3, 2020, 11:06 PM IST

ଫୁଲବାଣୀ: ବଞ୍ଚିଥିବା ବେଳେ ମିଳି ନଥିଲା ସ୍ଵାସ୍ଥ୍ୟ ସେବା। ମୃତ୍ୟୁ ପରେ ମଧ୍ୟ ମିଳିଲା ନାହିଁ ସମ୍ମାନ। କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ର କ୍ରିଟlଙ୍ଗିଆର ଅଂଶୁମାନ ନାୟକ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ l ଗତ କିଛି ଦିନ ତଳେ ଅଂଶୁମାନଙ୍କ ଦେହ ଅସୁସ୍ଥ ହେବାରୁ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ମିଳିଲାନି ସ୍ବାସ୍ଥ୍ୟସେବା; ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ

କିନ୍ତୁ ଅଧିକ ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ପରିବାର ଲୋକେ କହିବାରୁ ଡାକ୍ତର୍ ଶୁଣିନଥିଲେ l ଯାହାଫଳରେ ଅଂଶୁମାନ ଗୁରୁତର ହୋଇ ଥିବାରୁ ଜୀବନ ଚାଲିଯାଇଥିଲା l ଏପରିକି ମହାପ୍ରୟାଣ ଗାଡ଼ି ମଧ୍ୟ ଦିଆଯାଇନଥିଲା।

ଶେଷରେ ଅଟୋରେ ମୃତଦେହକୁ ବୁହା ହୋଇଥିଲା l ସେପଟେ ଚିକିତ୍ସା ଅବହେଳାକୁ ଅସ୍ବୀକାର କରିଛନ୍ତି ସ୍ବାସ୍ଥ୍ୟ ଅଧିକାରୀ। ମହାପ୍ରୟାଣ ଗାଡ଼ି ଯୋଗାଣ ସମ୍ପର୍କରେ ତଦନ୍ତ ହେବ ବୋଲି ଅଧିକାରୀ କହିଛନ୍ତି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details