ଓଡିଶା

odisha

ETV Bharat / state

ଖ୍ରୀଷ୍ଟମାସ ପାଳନ ପାଇଁ ମିଳିଲା ଅନୁମତି

କନ୍ଧମାଳ ଜିଲ୍ଲାରେ ଖ୍ରୀଷ୍ଟମାସ ପାଳନ ପାଇଁ ଶେଷରେ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରିଛନ୍ତି। କିଛି ସମୟ ପୂର୍ବରୁ ଜିଲ୍ଲାପାଳ ଡ଼ା ବୃନ୍ଦା ଡି ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅଧିକ ପଢନ୍ତୁ...

କନ୍ଧମାଳ ଖ୍ରୀଷ୍ଟମାସ ପାଳନ ପାଇଁ ଜିଲ୍ଲା ପ୍ରଶାସନର ଅନୁମତି
କନ୍ଧମାଳ ଖ୍ରୀଷ୍ଟମାସ ପାଳନ ପାଇଁ ଜିଲ୍ଲା ପ୍ରଶାସନର ଅନୁମତି

By

Published : Dec 23, 2020, 8:36 PM IST

ଫୁଲବାଣୀ: ପ୍ରବଳ ଶୀତ ଲହରୀ ଓ କୋରନାର ଆତଙ୍କ ସତ୍ତ୍ୱେ କନ୍ଧମାଳ ଜିଲ୍ଲାରେ ଖ୍ରୀଷ୍ଟମାସ ପାଳନ ପାଇଁ ଶେଷରେ ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରିଛନ୍ତି। କିଛି ସମୟ ପୂର୍ବରୁ ଜିଲ୍ଲାପାଳ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

କନ୍ଧମାଳ ଖ୍ରୀଷ୍ଟମାସ ପାଳନ ପାଇଁ ଜିଲ୍ଲା ପ୍ରଶାସନର ଅନୁମତି

ସମସ୍ତ କୋଭିଡ଼ ନିୟମ ପାଳନ କରି ୫୦ ଜଣଙ୍କୁ ନେଇ ଚର୍ଚ୍ଚରେ ବଡ଼ଦିନ ପାଳନ ପାଇଁ ଅନୁମତି ଦିଆଯାଇଛି। ତେବେ ଛୋଟ ଛୋଟ ଚର୍ଚ୍ଚ ଓ ପ୍ରାର୍ଥନା ଗୃହରେ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି। ୨୧ ତାରିଖ ଜିଲ୍ଲା ଶାନ୍ତି କମିଟି ବୈଠକରେ କୋଭିଡ କଟକଣା ମଧ୍ୟରେ ପ୍ରାର୍ଥନା ପାଇଁ ଅନୁମତି ଦେବାକୁ ଦାବି କରାଯାଇଥିଲା।

କନ୍ଧମାଳ ଖ୍ରୀଷ୍ଟମାସ ପାଳନ ପାଇଁ ଜିଲ୍ଲା ପ୍ରଶାସନର ଅନୁମତି

ଆଲୋକ ସାଜସଜ୍ଜା ଓ ମାଇକ ପ୍ରଭୃତି ଅନୁମତି ପାଇଁ ଦାବି କରିଥିଲେ ସଂଖ୍ୟାଲଘୁ ଗୋଷ୍ଠୀ। ଏ ସବୁକୁ ମଧ୍ୟ ଅନୁମତି ଦିଆଯାଇଛି । ଏଥିସହିତ ମାସ୍କ ପିନ୍ଧିବା, ସାନିଟାଇଜ୍ କରିବା ଏବଂ ସାମାଜିକ ଦୂରତା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details