ଓଡିଶା

odisha

By

Published : Feb 10, 2022, 8:41 PM IST

ETV Bharat / state

କନ୍ଧମାଳରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଶେଷ

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି । ଫୁଲବାଣୀ ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ଲାଗି ସମସ୍ତ ବୁଥକୁ ପୋଲିଂ ଅଧିକାରୀ ଯିବାକୁ ସମସ୍ତ ବ୍ୟବସ୍ଥା ସରିଛି । ଅଧିକ ପଢନ୍ତୁ

panchayat election preparedness done in kandhamal
କନ୍ଧମାଳରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଶେଷ

ଫୁଲବାଣୀ:ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି । ଫୁଲବାଣୀ ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ଲାଗି ସମସ୍ତ ବୁଥକୁ ପୋଲିଂ ଅଧିକାରୀ ଯିବାକୁ ସମସ୍ତ ବ୍ୟବସ୍ଥା ସରିଛି । ଏଥର ପଞ୍ଚାୟତ ନିର୍ବାଚନ ପାଇଁ ଫୁଲବାଣୀ ଜିଲ୍ଲାରେ ୨ ହଜାର ୩ଶହ ୨୨ଟି ବୁଥ୍ କରାଯାଇଛି ।

ଏହି ସବୁ ବୁଥରେ ୪ ଲକ୍ଷ ୯୧ ହଜାର ୭୬ ଜଣ ଭୋଟର ମତ ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୨ ଲକ୍ଷ ୫୨ ହଜାର ୮୧୩ ଜଣ ମହିଳା ଭୋଟର ଥିବା ବେଳେ ୨ ଲକ୍ଷ ୩୮ ହଜାର ୨୦୩ ପୁରୁଷ ଭୋଟର ରହିଛନ୍ତି । ସେହିପରି ଜିଲ୍ଲାର ସମସ୍ତ ୧୭୧ଟି ପଞ୍ଚାୟତରେ ଭୋଟ ଗ୍ରହଣ ହେବ ।

ତେବେ ମତଦାନ ଲାଗି ୩ ହଜାର ୭ଶହ ୫ ଜଣ ପୋଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଏଥିପାଇଁ ୬ଶହ ୩୮ଟି ଗାଡିର ବ୍ୟବସ୍ଥା ହୋଇଛି । ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରୁ ବସ୍‌ରେ ପୋଲିଂ ଅଧିକାରୀ ବିଭିନ୍ନ ବ୍ଲକକୁ ଯାଇ ପାରିବେ ।

କନ୍ଧମାଳରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଶେଷ

ସମ୍ବେଦନଶୀଳ ଏବଂ ଅତିସମ୍ବେଦନଶୀଳ ପୋଲିଂ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ସେହିପରି ସମସ୍ତ ମତଦାନ କେନ୍ଦ୍ରରେ କ୍ୟାମେରା ଲାଗିବାର ବ୍ୟବସ୍ଥା ହୋଇଛି । ଭୋଟ ଗ୍ରହଣର ପ୍ରଥମ ଦିନ ଅବା ପ୍ରଥମ ପର୍ଯ୍ୟାୟ ୧୬ ତାରିଖରେ ଜିଲାର କେ.ନୂଆଗାଁ ଏବଂ ବାଲିଗୁଡା ବ୍ଲକରେ ଭୋଟ ଗ୍ରହଣ ହେବ ।

ସେହିପରି ୧୮ରେ ତୁମୁଡିବନ୍ଧ ଓ କୋଟଗଡ, ୨୦ରେ ଫୁଲବାଣୀ, ଫିରିଙ୍ଗିଆ ଏବଂ ଖଜୁରୀପଡା ବ୍ଲକ, ୨୨ରେ ଚକାପାଦ, ଟିକାବାଲି ଓ ଜି.ଉଦୟଗିରି ବ୍ଲକ, ଶେଷ ପର୍ଯ୍ୟାୟ ୨୪ ତାରିଖରେ ରାଇକିଆ ଏବଂ ଦାରିଙ୍ଗିବାଡି ବ୍ଲକରେ ଭୋଟ ଗ୍ରହଣ ହେବ ।

ଅନ୍ୟପଟେ ଜିଲ୍ଲା ପ୍ରଶାସନ ପାଖରୁ ମିଳିଥିବା ସୁଚନା ଅନୁସାରେ, ୧ ହଜାର ୬ଶହ ୧୪ଟି ୱାର୍ଡରେ ୱାର୍ଡ ମେମ୍ବର ପ୍ରାର୍ଥୀ ର୍ନିଦ୍ବନ୍ଦରେ ନିର୍ବାଚଚିତ ହୋଇଥିବା ବେଳେ ୨ଶହ ୪୪ଟି ୱାର୍ଡରେ କେହି ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି । ସେହିପରି ଜଣେ ସରପଞ୍ଚ ପ୍ରାର୍ଥୀ ଏବଂ ୮ ଜଣ ସମିତି ସଭ୍ୟ ପ୍ରାର୍ଥୀ ମଧ୍ୟ ର୍ନିଦ୍ବନ୍ଦରେ ନିର୍ବାଚନ ଜିତିଛନ୍ତି । ମାତ୍ର ନିୟମ ଅନୁଯାୟୀ ଏମାନଙ୍କ ନାମ ଘୋଷଣା କରା ଯାଇନାହିଁ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details