ଓଡିଶା

odisha

By ETV Bharat Odisha Team

Published : Sep 10, 2023, 9:53 PM IST

ETV Bharat / state

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବୃଦ୍ଧ ମୃତ, କ୍ଷତି ପୁରଣ ଦାବିରେ ରାସ୍ତାରୋକ

କନ୍ଧମାଳ କୋଟଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମାଲବୋଝେଇ ଟ୍ରକ ଧକ୍କାରେ ବୃଦ୍ଧ ମୃତ। କ୍ଷତି ପୁରଣ ପାଇଁ ରାସ୍ତା ରୋକ

ଦୁର୍ଘଟଣାରେ ବୃଦ୍ଧ ମୃତ
ଦୁର୍ଘଟଣାରେ ବୃଦ୍ଧ ମୃତ

ଦୁର୍ଘଟଣାରେ ବୃଦ୍ଧ ମୃତ

କନ୍ଧମାଳ: ଦିନକୁ ଦିନ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା । ବେପରୁଆ ଗାଡ଼ି ଚାଳନା ଏବଂ ଅସାବଧାନତା ପାଇଁ ସାଧାରଣ ଲୋକମାନଙ୍କ ଧନ ଜୀବନ ନଷ୍ଟ ହେଉଛି । ପ୍ରାୟତଃ ପ୍ରତିଦିନ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଥିବା ବେଳେ ଅନେକଙ୍କର ମୃତ୍ୟୁ ଘଟୁଥିବାର ନଜିର ରହିଛି । ତେବେ ଏବେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବୃଦ୍ଧ । ଏହାକୁ ନେଇ ଗ୍ରାମବାସୀ ରାସ୍ତାରୋକ କରିବା ସହ 10 ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି କରିଛନ୍ତି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ ।

ସୂଚନା ଅନୁସାରେ, କନ୍ଧମାନ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବଣ୍ଡା ପିପିଲି ପଞ୍ଚାୟତର ବଣ୍ଡାଇରପି ମୁଣ୍ଡାର ଗ୍ରାମ ବୃଦ୍ଧ ଡ୍ରହଲା ଶୁକମାଝି ମାଙ୍କଡ଼ ଘଉଡାଇବା ପାଇଁ ବିଲକୁ ଯାଉଥିଲେ । ଏତିକି ବେଳେ ଅଚାନକ ଏକ ଦ୍ରୁତଗାମୀ ମାଲବୋଝେଇ ଟ୍ରକ୍‌ ଆସି ଆଖୁ ପିଛୁଳାକେ ଡ୍ରହଲାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧ ଜଣଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଦୁର୍ଘଟଣା ଘଟିବା ପରେ କୋଟଗଡ଼ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ସମ୍ପୃକ୍ତ ଗାଡ଼ିକୁ ଅଟକ ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ.....ରାଇରଙ୍ଗପୁରରେ ସଡ଼କ ଦୁର୍ଘଟଣା, ଦୁଇ ମୃତ, ଛଅ ଗୁରୁତର

ତେବେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ 10 ଲକ୍ଷ ଟଙ୍କା କ୍ଷତି ପୁରଣ ଦାବି କରି ପରିବାର ଲୋକ ଏବଂ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ସେପଟେ ରାସ୍ତାରୋକ ପ୍ରଭାବରେ ରାସ୍ତାର ଉଭୟପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଛି । ଅନ୍ୟପକ୍ଷରେ ପୋଲିସ ପକ୍ଷରୁ ଯେତେ ବୁଝାସୁଝା କରାଯିବା ପରେ ମଧ୍ୟ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ କିମ୍ବା ମୃତଦେହକୁ ରାସ୍ତାରୁ ହଟାଇବେ ନାହିଁ ବୋଲି ଗ୍ରାମବାସୀ ଜିଦି ଧରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ସହସହ ଗାଡ଼ି ମୋଟର ଅଟକି ରହିବା ସହ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବ୍ରହ୍ମପୁର, ବାଲିଗୁଡ଼ା, ରାୟଗଡ଼ା, କଳାହାଣ୍ଡି ଆଦି ଅଞ୍ଚଳକୁ ଯାତାୟାତ ବନ୍ଦ ହୋଇ ରହିଥିଲା।

ଏହା ମଧ୍ୟ ପଢ଼ନ୍ତୁ...ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ହାବିଲଦାର ମୃତ, ହୋମଗାର୍ଡ ଗୁରୁତର

ପ୍ରକାଶ ଥାଉ କି ଗତ ଶନିବାର ଦିନ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ପୃଥକ୍‌ ପୃଥକ୍‌ ସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାରୁ ମିଳିଥିଲା । ଏହି ଦୁର୍ଘଟଣାରେ 2 ଜଣ ଯୁବକଙ୍କ ମୃତ୍ୟୁ ହେବା ସହ 6 ଜଣ ଗୁରୁତର ଆହାତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details