ଓଡିଶା

odisha

ETV Bharat / state

କନ୍ଧମାଳ ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଯାଞ୍ଚ, 3 ପ୍ରାର୍ଥୀପତ୍ର ନାକଚ - କନ୍ଧମାଳ

କନ୍ଧମାଳ ଲୋକସଭା ଆସନ ପାଇଁ ବୁଧବାର ନାମାଙ୍କନ ପତ୍ର ଯାଞ୍ଚ କରାଯାଇଛି । ଲୋକସଭା ଆସନ ପାଇଁ ଦାଖଲ ହୋଇଥିବା ଆଠଟି ନାମାଙ୍କନ ପତ୍ରର ଯାଞ୍ଚ କରାଯାଇଥିଲା । ସେଥିମଧ୍ୟରୁ 3 ଟି ପ୍ରାର୍ଥୀପତ୍ରକୁ ବିଭିନ୍ନ କାଗଜାଦ ଦିଆଯାଇ ନଥିବା ଦର୍ଶାଇ ନାକଚ କରିଥିଲେ ଜିଲ୍ଲାପାଳ  ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Mar 27, 2019, 10:31 PM IST

ଫୁଲବାଣୀ: ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜୋରସୋରରେ ଆରମ୍ଭ ହୋଇଯାଇଛି ସମସ୍ତ ପ୍ରସ୍ତୁତି । ଗୋଟିଏ ନିର୍ବାଚନୀ ମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ଶହ ଶହ ଆଶାୟୀ ପ୍ରାର୍ଥୀ । ତେବେ ଏହାର ଯାଞ୍ଚ କରିବା ପରେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରଖୁଛନ୍ତି ଇଲେକସନ କମିଶନ। ଏହି କ୍ରମରେ କନ୍ଧମାଳ ଲୋକସଭା ଆସନ ପାଇଁ ବୁଧବାର ନାମାଙ୍କନ ପତ୍ର ଯାଞ୍ଚ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ରିଟର୍ନିଙ୍ଗ ଅଫିସର ତଥା ଜିଲ୍ଲାପାଳ ଡ. ବୃନ୍ଦା ଡି କନ୍ଧମାଳ ଲୋକସଭା ଆସନ ପାଇଁ ଦାଖଲ ହୋଇଥିବା ଆଠଟି ନାମାଙ୍କନ ପତ୍ରର ଯାଞ୍ଚ କରିଥିଲେ । ସେଥିମଧ୍ୟରୁ 3 ଟି ପ୍ରାର୍ଥୀପତ୍ରକୁ ବିଭିନ୍ନ କାଗଜାଦ ଦିଆଯାଇ ନଥିବା ଦର୍ଶାଇ ନାକଚ କରିଥିଲେ ଜିଲ୍ଲାପାଳ । ତୃଣମୃଳ କଂଗ୍ରେସ ପ୍ରାର୍ଥୀ ମୃତ୍ୟୁଞ୍ଜୟ ନାୟକ, ହିନ୍ଦୁସ୍ଥାନ ନିର୍ମାଣ ଦଳର ବ୍ରହ୍ମଚାରୀ ମାଧବଚୈତନ୍ୟ ଏବଂ ଜୟପ୍ରକାଶ ଜନତା ଦଳର ପଦ୍ମଲୋଚନ ସିଂଙ୍କ ପ୍ରାର୍ଥୀପତ୍ରକୁ ନାକଚ କରିଛନ୍ତି ଅଧିକାରୀ ।

ସେହିପରି ଫୁଲବାଣୀ ବିଧାନସଭା ଆସନ ପାଇଁ ଦାଖଲ କରାଯାଇଥିବା 12ଟି ନାମାଙ୍କନ ପତ୍ର ମଧ୍ୟରୁ ଜୟଶ୍ରୀ କହଁରଙ୍କ ନାମାଙ୍କନ ନାକଚ କରିଛନ୍ତି ଫୁଲବାଣୀ ଉପଜିଲ୍ଲାପାଳ ତଥା ଏଆରଓ ସୁଚାରୁ କୁମାର ବଳ । ତେବେ ବର୍ତ୍ତମାନ ଏହି ଆସନ ପାଇଁ 11 ଜଣ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି । ସେପଟେ ବାଲିଗୁଡା ଓ ଘୁ.ଉଦୟଗିରି ବିଧାନସଭା ଆସନ ପାଇଁ ଦାଖଲ ହୋଇଥିବା ସମସ୍ତ ନାମାଙ୍କନ ପତ୍ର ଯାଞ୍ଚ ପରେ କାଏମ ରହିଥିବା ସୂଚନା ମିଳିଛି । ଆସନ୍ତା 29ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details