ଓଡିଶା

odisha

କନ୍ଧମାଳ ପିପୁଲସ ଫୋରମ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

By

Published : Mar 5, 2020, 6:52 PM IST

ବିଭିନ୍ନ ଦାବିକୁ ନେଇ ଆଗକୁ ଆସିଛି କନ୍ଧମାଳ ପିପୁଲସ ଫୋରମ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା । ଅଧିକ ପଢନ୍ତୁ...

କନ୍ଧମାଳ ପିପୁଲସ ଫୋରମ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
କନ୍ଧମାଳ ପିପୁଲସ ଫୋରମ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

କନ୍ଧମାଳ: ଫୁଲବାଣୀରେ ଜବରଦଖଲ କରି ଦୀର୍ଘ ବର୍ଷ ଧରି ରହିଥିବା ଲୋକଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ, କନ୍ଧମାଳକୁ ଇକୋ ଟୁରିଯିମ ହବ ଭାବେ ଘୋଷଣା, ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ କାର୍ଯ୍ୟ ଶୀଘ୍ର ଶେଷ କରିବା, ମାଧପୁରଠାରେ ରେଳଷ୍ଟେସନ ସ୍ଥାପନ ସହ କନ୍ଧମାଳରେ ଅଧିକ 4ଟି ଥାନା ସ୍ଥାପନ କରାଯିବା ଦାବିକୁ ନେଇ ଆଗକୁ ଆସିଛି କନ୍ଧମାଳ ପିପୁଲସ ଫୋରମ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା ।

କନ୍ଧମାଳ ପିପୁଲସ ଫୋରମ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଫୁଲବାଣୀ ସହରରେ ବର୍ଷ ବର୍ଷ ଧରି ସରକାରୀ ଜମି ଜବରଦଖଲ କରି ରହୁଛନ୍ତି ଲୋକେ। ସେମାନଙ୍କୁ ଜମି ପଟ୍ଟା ଦିଆଯାଉ, ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ କାମ ତ୍ବରାନିତ କରି ଶେଷ କରାଯାଉ। ମାଧପୁରଠାରେ ରେଳ ଷ୍ଟେସନ କରାଯାଉ ଯାହାକି କନ୍ଧମାଳ ପାଇଁ ନିକଟତର ହେବ। ଏନେଇ ସଙ୍ଗଠନ ମାଧପୁରଠାରେ ଧାରଣା ଦେବାର ଚେତାବନୀ ଦେଇଛି ।

ଏହାସହ କନ୍ଧମାଳ ଜିଲ୍ଲାର 4ଟି ନକ୍ସଲ ଉପଦ୍ରବ ସ୍ଥାନରେ ବନ୍ଦ ହୋଇଯାଇଥିବା ଫାଣ୍ଡି ଖୋଲିବାକୁ ଦାବି କରାଯାଇଛି। ନଚେତ ଆନ୍ଦୋଳନ କରିବା ନେଇ ସଙ୍ଗଠନ ବୋଲି ଚେତାବନୀ ଦିଆଯାଇଛି।

କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details