ଓଡିଶା

odisha

ETV Bharat / state

କନ୍ଧମାଳରେ ଜାତୀୟ ସଂଖ୍ୟାଲଘୁ କମିଶନର; ସଂଖ୍ୟାଲଘୁ କାର୍ଯ୍ୟକ୍ରମର କଲେ ସମୀକ୍ଷା - ପ୍ରଧାନମନ୍ତ୍ରୀ

ତିନି ଦିନିଆ ଗସ୍ତରେ ଦ୍ଵିତୀୟ ଦିନରେ କମିଶନ ଆଜି ଫୁଲବାଣୀ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଯୋଜନାର ସମୀକ୍ଷା କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Sep 7, 2019, 12:31 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଜାତୀୟ ସଂଖ୍ୟାଲଘୁ କମିଶନର ଉପାଧ୍ୟକ୍ଷ ଜର୍ଜ କୁରିଆନ ପ୍ରଧାନମନ୍ତ୍ରୀଙ୍କ ପନ୍ଦର ସୁତ୍ରୀ ସଂଖ୍ୟାଲଘୁ କଲ୍ୟାଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ଯୋଜନା ପ୍ରଣୟନ ସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜ୍ୟରେ ଏକ ସଂଖ୍ୟାଲଘୁ ଆୟୋଗ ଗଠନ ପାଇଁ କରାଯାଇଥିବା ଦାବିକୁ ସହମତି ପ୍ରକାଶ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ତିନି ଦିନିଆ ଗସ୍ତରେ ଦ୍ଵିତୀୟ ଦିନରେ କମିଶନ ଆଜି ଫୁଲବାଣୀ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଯୋଜନାର ସମୀକ୍ଷା କରିଥିଲେ । ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲାପାଳ, ଏସପି ଓ ଜିଲ୍ଲା ଅଧିକାରୀ ଉପସ୍ଥିତ ଥିଲେ । ପରେ ଜିଲ୍ଲାର ସଂଖ୍ୟାଲଘୁ ନେତାଙ୍କ ସହିତ ଆଲୋଚନା ମଧ୍ୟ କରିଛି ଆୟୋଗ। ।

9 ବର୍ଷ ପରେ ଆୟୋଗ ଲୋକଙ୍କ ସହିତ ସିଧା ସଳଖ କଥା ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସଂଖ୍ୟାଲଘୁ ନେତା କେନ୍ଦ୍ର ସରକାର ନୂଆ ନୂଆ ଯୋଜନା ପ୍ରଣୟନ କରିଛନ୍ତି ବୋଲି କହିଛି ଆୟୋଗ। ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details