ଓଡିଶା

odisha

ETV Bharat / state

କନ୍ଧମାଳରେ ତୃଟିପୂର୍ଣ୍ଣ ହୋଲଡିଂ ଟ୍ୟାକ୍ସ ମୂଲ୍ୟାୟନର ଶୁଣାଣି ବନ୍ଦ ଦାବି - ଟ୍ୟାକ୍ସ ମୂଲ୍ୟାୟନର ଶୁଣାଣି ବନ୍ଦ ପାଇଁ ଦାବି

ବେଆଇନ ହୋଲଡିଂ ଟିକସର ମୂଲ୍ୟାୟନ ଓ ଅଭିଯୋଗର ଜନ ଶୁଣାଣି ବନ୍ଦ କରିବାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ଦାବି ହୋଇଛି । ଅଧିକ ପଢନ୍ତୁ

ହୋଲଡିଂ ଟ୍ୟାକ୍ସ ମୂଲ୍ୟାୟନର ଶୁଣାଣି ବନ୍ଦ ପାଇଁ ଦାବି
ହୋଲଡିଂ ଟ୍ୟାକ୍ସ ମୂଲ୍ୟାୟନର ଶୁଣାଣି ବନ୍ଦ ପାଇଁ ଦାବି

By ETV Bharat Odisha Team

Published : Sep 28, 2023, 2:51 PM IST

ହୋଲଡିଂ ଟ୍ୟାକ୍ସ ମୂଲ୍ୟାୟନର ଶୁଣାଣି ବନ୍ଦ ପାଇଁ ଦାବି

ଫୁଲବାଣୀ:ହୋଲଡିଂ ଟ୍ୟାକ୍ସ ଶୁଣାଣି ବନ୍ଦ କରିବାକୁ ଦାବି । ବେଆଇନ ହୋଲଡିଂ ଟିକସର ମୂଲ୍ୟାୟନ ଓ ଅଭିଯୋଗର ଜନ ଶୁଣାଣି ବନ୍ଦ କରିବାକୁ କମିଟି ପକ୍ଷରୁ ଦାବି କରାଯାଇଛି । ଏଥିସହ ଜନ ସାଧାରଣ ଓ ପୌର ପରିଷଦ ଉଭୟଙ୍କୁ ସୁହାଇଲା ଭଳି ବ୍ୟବସ୍ଥା କରିବାକୁ ଆଲୋଚନା ହୋଇଛି ।

ପୌର ପରିଷଦର ହୋଲଡିଂ ଟ୍ୟାକ୍ସ ବଢାଇବାକୁ ୨୦୧୮ ମସିହାରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଟ୍ୟାକ୍ସ ଲାଗୁ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ହୋଇଥିବା ମୂଲ୍ୟାୟନରେ ଉଚ୍ଚା ଦରରେ ହୋଲଡିଂ ସ୍ଥିର କରାଯାଇଛି । ଯାହା ପୌର ପରିଷଦବାସୀ ଦେବା ସମ୍ଭବ ନୁହେଁ । ଏହି ମୂଲ୍ୟାୟନରେ ବ୍ୟାପକ ତୃଟି ରହିଛି । ଅନୁସୂଚିତ ଅଞ୍ଚଳ ହିସାବରେ ଗୁରୁତ୍ୱ ଦିଆଯାଇନାହିଁ । ଗତ ଦୁଇବର୍ଷ ଧରି ଏ ସଂକ୍ରାନ୍ତରେ ସଂଶୋଧନ କରିବାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ତାର ସଂଶୋଧନ କରାଯାଇନାହିଁ । ପୁନର୍ବାର ଅଳ୍ପ କେତେ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ଆସିଥିବାରୁ ପୌର କାର୍ଯ୍ୟାଳୟ ଠାରେ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ,ନିର୍ବାହୀ ଅଧିକାରୀ ଅଜିତ କୁମାର ପଟ୍ଟନାୟକ ଓ ମୂଲ୍ୟାୟନ ଅଧିକାରୀଙ୍କ ସହ ମିଳିତ ନାଗରିକ କମିଟିର ସଦସ୍ୟମାନେ ବସି ଏହାର ସ୍ଥାୟୀ ସମାଧାନ ପାଇଁ ଆଲୋଚନା କରିଛନ୍ତି ।

ଏଥିସହ ବେଆଇନ ହୋଲଡିଂ ଟିକସର ମୂଲ୍ୟାୟନ ଓ ଅଭିଯୋଗର ଜନ ଶୁଣାଣି ବନ୍ଦ କରିବାକୁ କମିଟି ପକ୍ଷରୁ ଦାବି କରାଯାଇଛି । ବେଆଇନ ହୋଲଡିଂ ଧାର୍ଯ୍ୟ ଓ ମୂଲ୍ୟାୟନ ହୋଇଥିବାରୁ ଲୋକଙ୍କୁ ଦଶରୁ କୋଡିଏ ଗୁଣାରୁ ଅଧିକ ବାର୍ଷିକ ଟିକସ ଦେବାକୁ ହେବ । ତେଣୁ ଜନ ସାଧାରଣ ଓ ପୌରପରିଷଦ ଉଭୟଙ୍କୁ ସୁହାଇଲା ଭଳି ବ୍ୟବସ୍ଥା କରିବାକୁ ଆଲୋଚନା କରାଯାଇଛି । ପୌର ପରିଷଦରେ ୪ ହଜାରରୁ ଅଧିକ ହୋଲଡିଂ ଥିବା ବେଳେ ସୂଚନା ନ ପାଇବାରୁ ମାତ୍ର ୪-୫ଶହ ଲୋକ ଅଭିଯୋଗ କରିଛନ୍ତି । ନିର୍ବାଚିତ ପୌର ପରିଷଦ ହୋଲଡିଂର ମୂଲ୍ୟାୟନ ଓ ଟିକସ ଧାର୍ଯ୍ୟ କରିବା ନିୟମ ରହିଥିବା ବେଳେ ବେଆଇନ ଭାବେ ମୂଲ୍ୟାୟନ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଅଙ୍ଗନଦୀ ଓ ମହାନଦୀ ପୋଲ ନିକଟରେ ଟୋଲ ଟ୍ୟାକ୍ସ ବନ୍ଦ ପାଇଁ ଉଠିଲା ଦାବି

ପୂନର୍ବାର ବେଆଇନ ମୂଲ୍ୟାୟନ ଉପରେ ଜନ ଶୁଣାଣି ପାଇଁ ନଗର ଉନ୍ନୟନ ବିଭାଗ ଆସିଥିବାରୁ ମିଳିତ ନାଗରିକ କମିଟି ବରିଷ୍ଠ ନାଗରିକ ସଂଘ ସଭାପତି କମଳାକାନ୍ତ ପାଣ୍ଡେ,ବଂଶୀଧର ପଣ୍ଡା, ପ୍ରଶନ୍ନ ପଣ୍ଡା ପ୍ରମୁଖ ମୂଲ୍ୟାୟନରେ ହୋଇଥିବା ତୃଟି ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ପୌର ପରିଷଦର ନିଷ୍ପତ୍ତି ପରେ ନିରପେକ୍ଷ ମୂଲ୍ୟାୟନ କରିବା ପାଇଁ ଆଲୋଚନା କରାଯାଇଛି । ଅନ୍ୟମାନଙ୍କୁ ଅଭିଯୋଗ କରିବାକୁ ବ୍ୟାପକ ପ୍ରଚାର କରି ସୁଯୋଗ ମଧ୍ୟ ଦେବା ଆବଶ୍ୟକ ବୋଲି ଆଲୋଚନା ହୋଇଛି । ତେବେ ତୁରନ୍ତ କାଉନସିଲ ବୈଠକ ଡାକିବାକୁ ପୌର ପରିଷଦକୁ ନାଗରିକ କମିଟି ପକ୍ଷରୁ ଅନୁରୋଧ କରାଯାଇଛି । ସେ ପର୍ଯ୍ୟନ୍ତ ଶୁଣାଣି ନ କରିବାକୁ ଭୁବନେଶ୍ୱରରୁ ଆସିଥିବା ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details