କନ୍ଧମାଳ: ଚଳିତ ମାସ 18 ତାରିଖରେ ହେବାକୁ ଯାଉଛି 2019 ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମଦଦାନ । ଏହି ଦିନ କନ୍ଧମାଳ ଲୋକସଭା ଆସନ ପାଇଁ ହେବ ଭୋଟଗ୍ରହଣ । ଗୋଟିଏ ପଟେ ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ଅନ୍ୟପଟେ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ ନିର୍ବାଚନ ପ୍ରଚାରରେ ମାତି ଯାଇଛନ୍ତି । ଏଥର କନ୍ଧମାଳରେ ଏକ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିପାରେ।
ଏହିକ୍ରମରେ ଏଠାରୁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବାଲିଗୁଡା ନଗର କଂଗ୍ରେସ ସଭାପତି ମନୋଜ ଆଚାର୍ଯ୍ୟ ନିର୍ବାଚନ ପ୍ରଚାରକୁ ଜୋରଦାର କରିବା ସହ ଭୋଟରଙ୍କ ସମର୍ଥନ ହାତେଇବାରେ ଲାଗି ପଡିଛନ୍ତି । ଏଥିରେ ସେ ସଫଳ ହେଉଛନ୍ତି ନାଁ ନାହିଁ ତାହା ନିର୍ବାଚନୀ ଫଳାଫଳରୁ ସ୍ପଷ୍ଟ ହୋଇଯିବ।
ଗ୍ରାମସଭା ମାଧ୍ୟମରେ ସାଂସଦ ପାଣ୍ଠିର ବିନିଯୋଗ କରିବି: ମନୋଜ ଆଚାର୍ଯ୍ୟ - 2019 poll
କନ୍ଧମାଳ ଲୋକସଭା ଆସନ ପାଇଁ ବିଭିନ୍ନ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଏହିକ୍ରମରେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବାଲିଗୁଡା ନଗର କଂଗ୍ରେସ ସଭାପତି ମନୋଜ ଆଚାର୍ଯ୍ୟ। ଏଥରର ନିର୍ବାଚନରେ ତାଙ୍କର ସ୍ଲୋଗାନ ରହିଛି,'ଉଠିବ କଂଗ୍ରେସ ହସିବ ଓଡିଶା'।
'ଈଟିଭି ଭାରତ' ପକ୍ଷରୁ ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ଆମେ ଭେଟିଥିଲୁ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମନୋଜ ଆଚାର୍ଯ୍ୟଙ୍କୁ । ଅନ୍ୟ ଦଳ ଅପେକ୍ଷା ସେ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଏଠାକାର ସମସ୍ୟା ପ୍ରତି ତାଙ୍କର ପ୍ରତ୍ୟକ୍ଷ ଅନୁଭୂତି ରହିଛି । ନିର୍ବାଚନ ଲଢିବା ସମ୍ପର୍କରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ପାନୀୟ ଜଳ,ଶିକ୍ଷା,ସ୍ବାସ୍ଥ୍ୟ ସମସ୍ୟା ସହିତ ଜଙ୍ଗଲ ଜମିପଟ୍ଟା ଓ ବେକାରୀ ସମସ୍ୟାର ସମାଧାନ ହେବ ମୋର ପ୍ରାଥମିକତା।
ଏଥରର ନିର୍ବାଚନରେ ତାଙ୍କର ସ୍ଲୋଗାନ ରହିଛି,'ଉଠିବ କଂଗ୍ରେସ ହସିବ ଓଡିଶା' । ସମଗ୍ର ଜିଲା ସହିତ ଏହି ସଂସଦୀୟ କ୍ଷେତ୍ରରେ ଗୋଟିଏ ହେଲେ ମଧ୍ୟ ଶୀତଳ ଭଣ୍ଡାର ନାହିଁ । ସେଥିପାଇଁ ଚାଷୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଚାଷ ଉଜୁଡି ଯିବା ଅବସ୍ଥାକୁ ଆସିଯାଇଛି ।
ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ କରିବା ମୋର ଲକ୍ଷ୍ୟ । ଏହାକୁ ଛାଡି ଶିକ୍ଷା, ଜଳସେଚନ ଭଳି କ୍ଷେତ୍ରକୁ ଗୁରୁତ୍ବ ଦେବି । ଜଳସେଚନ ପାଇଁ ଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ଅଚଳ ହୋଇପଡିଛି । ଯଥାସମ୍ଭବ ଏହାର ପୁନରୁଦ୍ଧାର ହେବା ଆବଶ୍ୟକ । ଏଥିସହିତ ନୂଆ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି ମନୋଜ । ଏହାକୁ ଛାଡି ସାଂସଦ ପାଣ୍ଠିକୁ ସେ ଗ୍ରାମସଭା ମାଧ୍ୟମରେ ବିନିଯୋଗ କରିବାକୁ ଯୋଜନା କରିଛନ୍ତି । ପୂର୍ବରୁ ଏହି ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିବା ସାଂସଦ ସେମାନଙ୍କର ସାଂସଦ ପାଣ୍ଠିର ଦୂରୋପଯୋଗ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସେ ।