ଫୁଲବାଣୀ: ପୁଣି ଆସିଲା ଦୁଷ୍କର୍ମ ମାମଲା । ଅପହରଣ ପରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ଆସିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଗତ ୩ ତାରିଖ ବିଳମ୍ବିତ ରାତିରେ ଛାତ୍ରୀ ଜଣକ ରାତିରେ ଶୌଚ ପାଇଁ ବାହାରକୁ ଯାଇଥିଲେ । ଏହି ସମୟରେ ଗ୍ରାମର 2 ଜଣ ଯୁବକ ତାଙ୍କ ପାଟିରେ ରୁମାଲ ଦେଇ ଜୋର ଜବରଦସ୍ତ ମୋଟର ସାଇକଲରେ ବସାଇ ଅନ୍ୟ ଏକ ସ୍ଥାନକୁ ନେଇଯାଇଥିଲେ । ସେଠାରୁ ପୁଣି ଆଉ ଏକ କାରରେ ଅନ୍ୟତ୍ର ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।