ଓଡିଶା

odisha

ETV Bharat / state

ବାରୁଦ ପାହାଡ ଉପରେ କନ୍ଧମାଳ !

ମାଓ ଭୟରେ କନ୍ଧମାଳ । ବାରୁଦ ଗଦା ଉପରେ କନ୍ଧମାଳବାସୀଙ୍କ ଜୀବନ । ଜିଲ୍ଲାକୁ ଲ୍ୟାଣ୍ଡମାଇନ ମୁକ୍ତ କରିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ।

By

Published : Apr 24, 2019, 3:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: ମାଓ ପ୍ରବଣ ଜିଲ୍ଲା କନ୍ଧମାଳ । ନକ୍ସଲ ହିଂସା ଓ ପୋଷ୍ଟର ବ୍ୟାନର ସହିତ ମାଓ ଗତିବିଧି ଏଠି ନିତିଦିନିଆ ଘଟଣା । ପୋଲିଂ କର୍ମଚାରୀଙ୍କୁ ଗୁଳି କରି ହତ୍ୟା ଏବଂ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ନିଜର ଉପସ୍ଥିତି ଜାହିର କରିସାରିଛନ୍ତି ମାଓବାଦୀ । ସବୁବେଳେ ଏଠି ରହିଆସିଛି ମାଓ ଭୟ ।

କନ୍ଧମାଳର ଘଞ୍ଚ ଜଙ୍ଗଲ ସହିତ ପଥୁରିଆ ମାଟି ରାସ୍ତା ସବୁବେଳେ ସୁହାଇଛି ନକ୍ସଲଙ୍କୁ । ରାଜ୍ୟର କେନ୍ଦ୍ର ସ୍ଥଳରେ ଥିବା ଏହି ଜିଲ୍ଲାକୁ ଘେରି ରହିଛି ବୌଦ୍ଧ ,କଳାହାଣ୍ଡି, ରାୟଗଡା, ଗଞ୍ଜାମ, ଗଜପତି, ବଲାଙ୍ଗୀର, ନୟାଗଡ ପ୍ରଭୃତି ଏକାଧିକ ନକ୍ସଲ ପ୍ରବଣ ଜିଲ୍ଲା । ଫଳରେ କୌଣସି ସ୍ଥାନରେ ହିଂସା ଘଟାଇ କନ୍ଧମାଳକୁ ଚାଲି ଆସିଥାନ୍ତି ନକ୍ସଲ । ଏପରିକି ଅନ୍ୟ ଜିଲ୍ଲା ଗୁଡିକରେ କୁମ୍ବିଂ ଜୋରଦାର ହେଲେ କନ୍ଧମାଳ ମୁହାଁ ହୋଇଥାଏ ଲାଲ ବାହୀନି । ପୂର୍ବରୁ ଘଟିଥିବା କିଛି ଘଟଣାରେ ଏପରି କିଛି ସୂଚନା ପାଇଥିଲା ଗୁଇନ୍ଦା ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଜିଲ୍ଲାର ଅନେକ ରାସ୍ତା ଏବେ ବିପଦପୂର୍ଣ୍ଣ । ମାଟି ରାସ୍ତା ସହିତ ସବୁ ଦିନିଆ ରାସ୍ତା ନଥିବାରୁ ନକ୍ସଲଙ୍କ ପାଇଁ ଲ୍ୟାଣ୍ଡମାଇନ ଖଞ୍ଜିବା ଅଧିକ ସହଜ ହେଉଛି। ଜିଲ୍ଲାର ସମସ୍ତ ପ୍ରମୁଖ ରାସ୍ତାରେ ଲ୍ୟାଣ୍ଡ ମାଇନ୍ ଭୟ ଲାଗି ରହିଛି। କହିବାକୁ ଗଲେ କନ୍ଧମାଳ ଏକ ବାରୁଦ ଗଦାରେ ରହିଥିବା ଅତ୍ୟୁକ୍ତି ହେବ ନାହିଁ ।

ଫିରିଙ୍ଗିଆ, ରାଇକିଆ, ଦାରିଙ୍ଗବାଡି, ବ୍ରାହ୍ମଣୀଗାଁ, କୋଟଗଡ, ବାଲିଗୁଡା, ତୁମୁଡିବନ୍ଧ, ବେଲଘର ପ୍ରଭୃତି ଏକାଧିକ ମୁଖ୍ୟ ରାସ୍ତା ସହିତ ଅନ୍ୟ ଗାଁଗୁଡିକୁ ଯାଇଥିବା ରାସ୍ତାରେ ମଧ୍ୟ ଲ୍ୟାଣ୍ଡମାଇନ ଭୟ ଲାଗି ରହିଛି। ଏସଓପି ପାଳନ କରି ପୋଲିସ କାମ କରିବା ଏଠି କଷ୍ଟ । ଯେଉଁ ରାସ୍ତା ଦେଇ ଯିବାକୁ ପଡୁଛି, ସେହି ରାସ୍ତା ଦେଇ ଫେରିବାକୁ ବାଧ୍ୟ । ଯାହାକି ଏସଓପି ବିରୋଧୀ । ନକ୍ସଲ ମଧ୍ୟ ପୋଲିସକୁ ଟାର୍ଗେଟ କରି ଲ୍ଯାଣ୍ଡମାଇନ ବିସ୍ଫୋରଣ କରି ହତ୍ୟା କରିଛନ୍ତି । ଆଉ କେତେବେଳେ ନକ୍ସଲ ହିଂସାର ଶିକାର ହୋଇଛନ୍ତି ସାଧାରଣ ଲୋକ । ଜିଲ୍ଲାର ସମସ୍ତ ରାସ୍ତାକୁ ଲ୍ୟାଣ୍ଡମାଇନ ମୁକ୍ତ କରିବା ଜରୁରୀ ହୋଇପଡିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ନ୍ୟୁଜ

For All Latest Updates

ABOUT THE AUTHOR

...view details