ଓଡିଶା

odisha

ETV Bharat / state

କନ୍ଧମାଳରେ ମାଓ ପୋଷ୍ଟର

କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ମାଓ ପୋଷ୍ଟର  । ଆସନ୍ତା 15 ତାରିଖ ଦିନ କେକେବିଏନ୍(କଳାହାଣ୍ଡି କନ୍ଧମାଳ ବୌଦ୍ଧ ନୟାଗଡ) ଅଞ୍ଚଳରେ ଦିନିକିଆ ବନ୍ଦ ଡାକରା ପାଇଁ ପୋଷ୍ଟର ମାରିଛନ୍ତି ସିପିଆଇ ମାଓବାଦୀ ସଂଗଠନ  ।

By

Published : May 14, 2019, 11:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ମାଓ ପୋଷ୍ଟର । ଆସନ୍ତା 15 ତାରିଖ ଦିନ କେକେବିଏନ୍(କଳାହାଣ୍ଡି କନ୍ଧମାଳ ବୌଦ୍ଧ ନୟାଗଡ) ଅଞ୍ଚଳରେ ଦିନିକିଆ ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ ସଂଗଠନ । ଏନେଇ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମାର ଡାବୁଡୁକିଆ ଘାଟିରେ ଗଛ ପକାଇ ରାସ୍ତା ଅବରୋଧ କରିବା ସହ ପୋଷ୍ଟର ମାରିଛନ୍ତି ମାଓବାଦୀ ।

ଗତ ବର୍ଷ ମେ 13 ତାରିଖରେ ସୁଡ୍ରୁକୁମ୍ପା ଏନକାଉଣ୍ଟରରେ 5 କ୍ଯାଡର ମାଓବାଦୀ ନିହତ ହୋଇଥିଲେ । ତେବେ ଏହି ମୃତ ମାଓବାଦୀଙ୍କୁ ସମ୍ମାନ ଜଣାଇବା ପାଇଁ ବନ୍ଦ ଡାକରା ଦେଇଛି ଲାଲ୍ ବାହିନୀ । ଏନକାଉଣ୍ଟରରେ ମୃତ୍ୟୁ ଘଟିଥିବା କମରେଡ୍ ବାଦଲ, ମଦନ, ଭୀମା, ଶୀଲା ଓ ରାଧାଙ୍କ ବଳିଦାନକୁ ସ୍ବୀକାର କରିବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଆହ୍ବାନ କରାଯାଇଛି ।

ଏହା ସହିତ ଖମନଖୋଲର ବଜାର ଓ ଛକ ମାନଙ୍କରେ ମଧ୍ୟ ମାଓ ପୋଷ୍ଟର ଲଗାଯାଇଛି । ପୋଷ୍ଟରରେ ସିଆରପିଏଫ କ୍ୟାମ୍ପକୁ ବିରୋଧ କରାଯାଇଛି । ସେପଟେ ପୋଲିସ ଏବେ ସୁଦ୍ଧା ରାସ୍ତାରୁ ଗଛ ହଟାଇ ନ ଥିବା ବେଳେ ବାଲିଗୁଡାରୁ ସୁଡ୍ରା, ଲଣ୍ଡାଗାଁ ସମେତ ବୌଦ୍ଧ ଓ ସୁବର୍ଣପୁର ଜିଲାକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।


କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details