କନ୍ଧମାଳ: ଗୋଚ୍ଛାପଡା ଥାନା ଅନ୍ତର୍ଗତ ପାହିରାଜୁ ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ପୋଲିସର ପ୍ରତି ଆକ୍ରମଣରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ଏହା ସହ କୁମ୍ବିଂ ଅପରେସନ ବେଳେ ପୋଲିସ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିବା କଥା କନ୍ଧମାଳ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
ପୋଲିସ-ମାଓବାଦୀ ମୁହାଁମୁହିଁ: ମାଓ କ୍ୟାମ୍ପ ଧ୍ବଂସ - ପୋଲିସ-ମାଓବାଦୀ ମୁହାଁମୁହିଁ
ପାହିରାଜୁ ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ପରେ କୁମ୍ବିଂ ଅପରେସନ କରାଯାଇ ମାଓ କ୍ୟାମ୍ପ ଧ୍ବଂସ କରାଯାଇଥିଲା । ଘଟଣାସ୍ଥଳରୁ ମାଓ ସାମଗ୍ରୀ ଜବତ କରାଯାଇଛି ।
ଆଜି ଅପରାହ୍ନରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଦୁଇ ପକ୍ଷରୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଗୁଳି ବିନିମୟ ହୋଇଥିଲା । ପରେ ପୋଲିସ ଟିମ ସର୍ଚ୍ଚ ଅପରେସନ କରିଥିବା ବେଳେ ଏକ ଆଇଡ଼ି ଲ୍ୟାଣ୍ଡମାଇନକୁ ନଷ୍ଟ କରିଥିଲା। ମାଓ କ୍ୟାମ୍ପରୁ ଗୋଟିଏ ବନ୍ଧୁକ,11 ରାଉଣ୍ଡ ଗୁଳି, 6 ଡ଼ିଟୋନେଟର, 4ଟି ରେଡ଼ିଓ ସେଟ, ପୁସ୍ତକ ପ୍ରଭୃତି ଜବତ କରିଛି ପୋଲିସ । ଘଟଣାସ୍ଥଳରୁ ଟପ ମାଓ ନେତା ଡିଭିଜନାଲ କମିଟି ମେମ୍ବର ଦାଶ୍ରୁ ଓ ଆଲୋକ, କ୍ୟାଡ଼ର ରଶ୍ମି, ହେମନ୍ତ, ଆମନ ଖସି ଯାଇଥିବା ଏସପି ପ୍ରକାଶ କରିଛନ୍ତି । ଏହାପରେ ଲଗାତାର ସର୍ଚ୍ଚ ଅପରେସନ ଜାରି ରହିଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ