ଫୁଲବାଣୀ: ଅବହେଳାକୁ ନେଇ ରାସ୍ତାରୋକ କଲେ ଗ୍ରାମବାସୀ । ନିଖୋଜ ଯୁବକଙ୍କୁ (Man missing in kandhamal) ନେଇ ପୋଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।
କନ୍ଧମାଳ ଜିଲ୍ଲା କନୂଆଗାଁ ଠାରେ ସକାଳୁ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସୂଚନାଅନୁଯାୟୀ ପାଞ୍ଚ ଦିନ ହେଲା କନୂଆଗାଁ ବ୍ଳକର ପୁରୁଣା ନୂଆଗାଁର ଯୁବକ ଚିକୁନୁ ନାୟକ ବ୍ୟାଙ୍କକୁ କୌଣସି କାମ ପାଇଁ ଯାଇ ଆଉ ଘରକୁ ଫେରିନଥିଲେ । ଘର ଲୋକ ବନ୍ଧୁ,ବାନ୍ଧବ ଓ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଚିକୁନୁର କୌଣସି ପତ୍ତା ପାଇପାରିନଥିଲେ । ସେହିଦିନ କନୂଆଗାଁ ଥାନାରେ ନିଖୋଜ ଏତଲା ଦେଇଥିଲେ । ନିଖୋଜର ପାଞ୍ଚଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇନଥିବା ପରିବାର ଅଭିଯୋଗ କରିଛନ୍ତି । ପୋଲିସର ଅବହେଳାକୁ ଦାୟୀ କରି ଆଜି ସକାଳୁ କନୂଆଗାଁର ପୁରୁଣା ନୂଆଗାଁରେ ଟାୟାର ଜାଳି ଲୋକମାନେ ଫୁଲବାଣୀ ,ବାଲିଗୁଡା ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ ।