ଓଡିଶା

odisha

ETV Bharat / state

Lightning Strike: ଅଦିନିଆ ବର୍ଷା ହେଲା କାଳ, ବଜ୍ରାଘାତରେ ୧୩ ଗୋରୁ ମୃତ

କନ୍ଧମାଳ ଜାର୍ଗିପଡ଼ାଠାରେ ଅଦିନିଆ ବର୍ଷା ହେଲା କାଳ । ବଜ୍ରାଘାତରେ ଚାଲିଗଲା ୧୩ ଗୋରୁଙ୍କ ଜୀବନ । ଅଧିକ ପଢନ୍ତୁ

Lightning strike: ଅଦିନିଆ ବର୍ଷା ହେଲା କାଳ, ବଜ୍ରାଘାତରେ ୧୩ ଗୋରୁ ମୃତ
Lightning strike: ଅଦିନିଆ ବର୍ଷା ହେଲା କାଳ, ବଜ୍ରାଘାତରେ ୧୩ ଗୋରୁ ମୃତ

By

Published : May 3, 2022, 10:40 PM IST

ଫୁଲବାଣୀ: ଅଦିନିଆ ବର୍ଷା ଯୋଗୁଁ ଅସହ୍ୟ ଗରମରୁ ସାମାନ୍ୟ ଆଶ୍ବସ୍ତି ସତ । ହେଲେ ଅଦିନିଆ ବର୍ଷା ଫଳରେ କିଛି ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଗତକାଲି(ସୋମବାର) ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ଜାର୍ଗିପଡ଼ାଠାରେ ବଜ୍ରାଘାତରେ ୧୩ଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

କାଳ ବୈଶାଖୀ ଯୋଗୁଁ ଅଞ୍ଚଳରେ ବହୁ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି । ବର୍ଷା ପବନରେ କିଛି ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ତ କାହା ଘରର ଛପର ଉଡ଼ିଯାଇଛି । ପବନ ସହ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହୋଇଛି । ଏଭଳି ସ୍ଥିତିରେ କୋଟଗଡ଼ ବ୍ଳକ ଜର୍ଗିପଡ଼ାର ଏକ ବରଗଛ ତଳେ ଶୋଇଥିବା ୧୩ଟି ଗାଈଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୯ଟି ଗାଈ ଓ ୪ଟି ବଳଦ ଥିବା ଜଣାପଡ଼ିଛି ।

ଖବର ପାଇ ସ୍ଥାନୀୟ ସରପଞ୍ଚ ଶ୍ଵେତାଲିନା ସୁକାମାଝି ଓ ସାଂସଦ ପ୍ରତିନିଧି ମନୋଜ କୁମାର ସାବତ ଘଟଣା ସ୍ଥଳରେ ପହଞ୍ଚି କ୍ଷତି ଘଟିଥିବା ପରିବାରକୁ ଭେଟି ଆଶ୍ବାସନା ଦେଇଛନ୍ତି । କ୍ଷତିପୂରଣ ପାଇଁ ପ୍ରାଣୀଧନ ଅଧିକାରୀଙ୍କ ସହ ଅଲୋଚନା କରିଥିବା ଜଣାପଡ଼ିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details