ଓଡିଶା

odisha

By

Published : Jun 30, 2022, 10:51 PM IST

ETV Bharat / state

RSS କଥାରେ ଦ୍ରୌପଦୀ ମୁର୍ମୁ ନ ଚାଲନ୍ତୁ: ଲମ୍ବୋଦର କହଁର

ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ NDA ମେଣ୍ଟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ତେବେ ଆରଏସ୍‌ଏସ୍ କଥାରେ ଦ୍ରୌପଦୀ ମୁର୍ମୁ ନ ଚାଲନ୍ତୁ ବୋଲି ଗତକାଲି(ବୁଧବାର) କହିଛନ୍ତି ନିଖିଳ ଓଡିଶା ଆଦିବାସୀ ସମନ୍ୱୟ ସମିତି ସଭାପତି ଲମ୍ବୋଦର କହଁର । ଅଧିକ ପଢନ୍ତୁ

RSS କଥାରେ ଦ୍ରୌପଦୀ ମୁର୍ମୁ ନ ଚାଲନ୍ତୁ: ଲମ୍ବୋଦର କହଁର
RSS କଥାରେ ଦ୍ରୌପଦୀ ମୁର୍ମୁ ନ ଚାଲନ୍ତୁ: ଲମ୍ବୋଦର କହଁର

ଫୁଲବାଣୀ: ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ । ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ NDA ମେଣ୍ଟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ତେବେ ଆରଏସ୍‌ଏସ୍ କଥାରେ ଦ୍ରୌପଦୀ ମୁର୍ମୁ ନ ଚାଲନ୍ତୁ ବୋଲି ଗତକାଲି(ବୁଧବାର) କହିଛନ୍ତି ନିଖିଳ ଓଡିଶା ଆଦିବାସୀ ସମନ୍ୱୟ ସମିତି ସଭାପତି ଲମ୍ବୋଦର କହଁର ।

RSS କଥାରେ ଦ୍ରୌପଦୀ ମୁର୍ମୁ ନ ଚାଲନ୍ତୁ: ଲମ୍ବୋଦର କହଁର

ଫୁଲବାଣୀ ସ୍ଥିତ ନିଖିଳ ଓଡିଶା ଆଦିବାସୀ ସମନ୍ୱୟ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ମିଳନୀରେ ଲମ୍ବୋଦର କହଁର କହିଛନ୍ତି ଯେ, "ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରାଯାଇ ଥିବାରୁ ଆମେ ବହୁତ ଖୁସି । ଆଦିବାସୀ ସମ୍ପ୍ରଦାୟର ଜଣେ ମହିଳା ଦେଶର ସର୍ବୋଚ୍ଚ ଶାସିକା ହେବେ, ତାହା ଆମେ ସ୍ୱପ୍ନରେ ବି ଭାବି ନ ଥିଲୁ ।କିନ୍ତୁ ସେ ଆରଏସ୍‌ଏସ୍ କଥାରେ ପରିଚାଳିତ ନ ହୁଅନ୍ତୁ । ପଛୁଆ ବର୍ଗ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ଗାଦିରେ ବସାଇ ଆଟ୍ରୋସିଟି କେସ୍ ରଫା ଦଫା କରିବାକୁ ଭାଜପା ଚାହିଁଥିଲା । ସେଭଳି ମୁର୍ମୁଙ୍କୁ ଗାଦିରେ ବସାଇ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ କରିବାକୁ ଏହି ସରକାର ଏବଂ ଆରଏସ୍‌ଏସ୍ ଚାହୁଁଛନ୍ତି । ଆମେ ଅନୁରୋଧ କରୁଛୁ ଏପରି ବିଲ ଉପରେ ଦସ୍ତଖତ କରିବା ପୂର୍ବରୁ ମୁର୍ମୁ ଆଦିବାସୀଙ୍କ ସ୍ୱାର୍ଥ ଏବଂ ସାମ୍ବିଧାନିକ ଅଧିକାରକୁ ଗୁରୁ୍‌ତ୍ୱ ଦେବେ । ସେ ସେମାନଙ୍କ ଗୋଡାଣିଆ ନ ହୋଇ ସାମ୍ବିଧାନିକ ଅଧିକାରକୁ ଗୁରୁତ୍ୱ ଦିଅନ୍ତୁ ।"

ଦେଶରେ ଆଦିବାସୀଙ୍କ ଉପରେ ବହୁ ଅତ୍ୟାଚାର ହେବାସହ ସମ୍ବିଧାନିକ ଅଧିକାରକୁ ଛଡାଇ ନିଆଯାଉଛି । ରାଜନୀତିରେ ସେ ହେଉଛନ୍ତି ଭାଜପା ଦଳର । ସେ ରାଷ୍ଟ୍ରପତି ହେଲା ପରେ ଆରଏସ୍‌ଏସ୍ ଓ ଭାଜପାର ବୋଲକାର ହେଲେ ଆଦିବାସୀ ସମାଜ ଅଧିକ ସଙ୍କଟଗ୍ରସ୍ଥ ହେବ । ଆଦିବାସୀ ପରିବାରର ଜଣେ ବ୍ୟକ୍ତିକୁ ରାଷ୍ଟ୍ରପତି ପ୍ରାର୍ଥୀ କରି ଆଦିବାସୀ ସମାଜକୁ ଶିକାର କରିବାକୁ ସରକାର ଏକ ପ୍ରକାର ଚାଲ୍ ଚଳାଇଛନ୍ତି । ଅନୁସୂଚିତ ଜାତିର ରାମନାଥ କୋବିନ୍ଦଙ୍କୁ ରଷ୍ଟ୍ରପତି ପ୍ରାର୍ଥୀ କରି ସରକାର ଆଦିବାସୀ ଓ ହରିଜନଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଦିବାସୀ - ହରିଜନ ନିର୍ଯାତନା ଆଇନକୁ ଉଚ୍ଛେଦ କରିବା ପାଇଁ ବିଲ ଆଣିଥିଲେ । ଯାହାକୁ କୋବିନ୍ଦଙ୍କ ସ୍ୱାକ୍ଷରରେ ପାସ୍ କରାଇ ଏହି ଜାତିକୁ ଛେଦିବାକୁ ବସିଥିଲେ । ତେଣୁ ଆଦିବାସୀଙ୍କ କ୍ଷତି କରୁଥିବା ବିଲରେ ଦୌପଦୀ ମୁର୍ମୁ ଦସ୍ତଖତ କରିବା ପୂର୍ବରୁ ସାମ୍ବିଧାନିକ ବ୍ୟବସ୍ଥାକୁ ଦେଖନ୍ତୁ ଏବଂ ଏହାର ଗାରିମା ରଖନ୍ତୁ । ଆରଏସ୍‌ଏସ୍ ଓ ଭାଜପାର ବୋଲକାର ନ ହୋଇ ନିରପକ୍ଷତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି ଲମ୍ବୋଦର କହଁର ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details