ଫୁଲବାଣୀ: କନ୍ଧମାଳ ଦାରିଙ୍ଗବାଡ଼ି ବ୍ଳକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳରେ MGNREGS ଯୋଜନାରେ କାମ କରି ପାଉଣା ନପାଇ ଶେଷରେ ଆମରଣ ଅନଶନରେ ବସିଛନ୍ତି ହିତାଧିକାରୀ । ଏନେଇ ହିତାଧିକାରୀ ବାରମ୍ବାର ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରିଥିଲେ ସୁଦ୍ଧା କେହି ଶୁଣୁନାହାନ୍ତି । ଏବେ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗାନ୍ଧୀଙ୍କ ଫଟୋ ରଖି କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି ।
ସୂଚନାଯୋଗ୍ୟ, ଉକ୍ତ ଯୋଜନାରେ ଗାଈ ଗୁହାଳ ଗୃହ ନିର୍ମାଣ ସହ ଚାଷ ପାଇଁ କୂପ ଖନନ କାର୍ଯ୍ୟ କରାଯାଇଥିଲା । ଏଥିଲାଗି ଏହି ଯୋଜନାରେ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କୁ କେବଳ ଶ୍ରମିକଙ୍କ ମଜୁରୀ ବାବଦକୁ ପ୍ରାପ୍ୟ ଦିଆଯାଇଛି । ଚାଷ ପାଇଁ କୂପ ଖନନ କାର୍ଯ୍ୟ କରାଯାଇଥିଲା। ଏଥିଲାଗି ଏହି ଯୋଜନାରେ କାର୍ଯ୍ୟାଦେଶ ପାଇଥବା ହିତାଧ୍ୟାକାରୀଙ୍କୁ କେବଳ ଶ୍ରମିକଙ୍କ ମଜୁରୀ ବାବଦକୁ ପ୍ରାପ୍ୟ ଦିଆଯାଇଥିବା ବେଳେ ସିମେଣ୍ଟ କଂକ୍ରିଟ୍ ପାଇଁ ପଥର, ମେଟାଲ,ବାଲି, ସିମେଣ୍ଟ, ଲୁହାଛଡ଼ ବାବଦକୁ ଖର୍ଚ୍ଚର ପ୍ରାପ୍ୟ ଏପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଦିଆଯାଇ ନାହିଁ।