ଓଡିଶା

odisha

By

Published : Aug 4, 2020, 9:47 PM IST

ETV Bharat / state

ତୁମୁଡିବନ୍ଧ ପୋଲିସ ଏନକାଉଣ୍ଟରରେ ନିହତ ଛତିଶଗଡର ନକ୍ସଲ

ଜିଲ୍ଲାର ତୁମୁଡିବନ୍ଧ ସିର୍ଲା ଜଙ୍ଗଲରେ ଜୁଲାଇ 23 ରେ ପୋଲିସ ଏନକାଉଣ୍ଟରରେ ମୃତ ଦୁଇ ନକ୍ସଲଙ୍କ ପରିଚୟ ମିଳିଛି ।

killed naxal in Sirla Jungle identified, says SP Kandhamal
ତୁମୁଡିବନ୍ଧ ପୋଲିସ ଏନକାଉଣ୍ଟରରେ ମୃତ ନକ୍ସଲ ଛତିଶଗଡର

ଫୁଲବାଣୀ: ଜିଲ୍ଲାର ତୁମୁଡିବନ୍ଧ ସିର୍ଲା ଜଙ୍ଗଲରେ ଜୁଲାଇ 23 ରେ ପୋଲିସ ଏନକାଉଣ୍ଟରରେ ମୃତ ଦୁଇ ନକ୍ସଲଙ୍କ ପରିଚୟ ମିଳିଛି ।

ଦୁଇ ମୃତ ନକ୍ସଲ ବିଜିଏନ ମାଓ ଡିଭିଜନର ଏରିଆ କମିଟି ସଦସ୍ୟ ଅଜିତ ଓ ରଜିତା ବୋଲି କନ୍ଧମାଳ ଏସପି ଭିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି। ଉଭୟଙ୍କ ଘର ଛତିଶଗଡ଼ରେ ହୋଇଥିବା ବେଳେ ହିଂସାକାଣ୍ଡରେ ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି।

ତୁମୁଡିବନ୍ଧ ପୋଲିସ ଏନକାଉଣ୍ଟରରେ ମୃତ ନକ୍ସଲ ଛତିଶଗଡର

ଜୁଲାଇ 23 ରେ ଏସଓଜି ଓ ଡିବିଏଫ ଯବାନ କୁମ୍ବିଙ୍ଗ କରୁଥିବା ବେଳେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲା। ଉଭୟ ପଟରୁ ଗୁଳିବିନିମୟ ପରେ ସର୍ଚ୍ଚ ଅପରେସନରେ ମିଳିଥିଲା ଦୁଇ ନକ୍ସଲଙ୍କ ମୃତଦେହ। ତେବେ ସେମାନଙ୍କ ପରିଚୟ ମିଳିପାରିନଥିଲା। ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ ପରେ ନିୟମ ଅନୁସାରେ 72 ଘଣ୍ଟା ରଖାଯାଇଥିଲା। ତେବେ କେହି ଦାବିଦାର ନ ଆସିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଶତ୍କାର କରାଯାଇଥିଲା। କିନ୍ତୁ 12 ଦିନ ପରେ ଆଜି ପୋଲିସ ସେମାନଙ୍କ ପରିଚୟ ପାଇଛି। ଏମାନେ ବହୁ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ପୋଲିସ ଅନୁମାନ କରୁଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details