ଫୁଲବାଣୀ: କନ୍ଧମାଳ ଜିଲ୍ଲା ପରିଷଦର ପ୍ରଥମ ବୈଠକ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା । ନବ ନିର୍ବାଚିତ ଜିଲ୍ଲାପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ଡ. ଅଚ୍ୟୁତ ସାମନ୍ତ, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲାପାଳ ଡ.ଡି ବୃନ୍ଦା, ପ୍ରକଳ୍ପ ନିର୍ଦେଶକ ବିଶ୍ବ ରଞ୍ଜନ ନାୟକ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସାଧବାଣୀ ନାୟକ, ପ୍ରମୁଖ ଯୋଗ ଦେଇଥିଲେ ।
ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧୀମାନେ ନିଷ୍ଠା ଓ ଆନ୍ତରିକତାର ସହ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉନ୍ନୟନ ମୂଳକ କାର୍ଯ୍ୟରେ ଲୋକ ପ୍ରତିନିଧିମାନଙ୍କ ପରାମର୍ଶ ମାନି ମିଳିମିଶି କାର୍ଯ୍ୟ କଲେ ଜିଲ୍ଲାର ଉନ୍ନତି ସମ୍ଭବ ହୋଇପାରିବ ବୋଲି ବିଧାୟକମାନେ କହିଥିଲେ । ଜିଲ୍ଲାରେ ଥିବା ପାନୀୟ ଜଳ ସମସ୍ୟା, ଗମନା ଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ସମସ୍ୟାଗୁଡିକ ଶୀଘ୍ର ସମାଧାନ ଦିଗରେ ଉଦ୍ୟମ କରିବା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ଗୁରୁତ୍ବ ଦେଇଥିଲେ ।