ଓଡିଶା

odisha

ETV Bharat / state

କନ୍ଧମାଳର ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ 10 ବର୍ଷ ସଶ୍ରମ କାରାଦଣ୍ଡ - ନାବାଳିକା ଦୁଷ୍କର୍ମ

କନ୍ଧମାଳର ନାବାଳିକା ଦୁଷ୍କର୍ମ ମାମଲା । ଅଭିଯୁକ୍ତକୁ ଜୋରିମାନା ସହ 10 ବର୍ଷ ସଶ୍ରମ କାରାଦଣ୍ଡ । ଅତିରିକ୍ତ ଜିଲ୍ଲା ଦୌରଜଜ୍ ଶୁଣାଇଛନ୍ତି ରାୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Mar 19, 2019, 11:56 PM IST

ଫୁଲବାଣୀ: ଆଜି( ମଙ୍ଗଳବାର) କନ୍ଧମାଳର ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତ ଶିବ ଓରଫ ଶ୍ରୀବତ୍ସ ଦିଗାଲକୁ 10 ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ।

ଗତ 2014 ମସିହାରେ ଅଭିଯୁକ୍ତ ଜଣେ ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା । ଏ ନେଇ ପୀଡିତା ପରିବାର ଲୋକ ଥାନାରେ ଅଭିଯୋଗ ପରେ ପୋଲିସ ଗିରଫ କରିଥିଲା । ମାମଲା ବିଚାର କରିବା ପରେ କୋର୍ଟ ଅଭିଯୁକ୍ତକୁ 10 ବର୍ଷ ସଶ୍ରମ କାରାଦଣ୍ଡ ସହ 15 ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details