ଫୁଲବାଣୀ:କନ୍ଧମାଳରେ ୫ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍ । ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଶୁକ୍ରବାର ଦିନ ୨୦୨୦ରେ ଘଟିଥିବା ଏହି ଦୁଷ୍କର୍ମ ମାମଲାର ବିଚାର କରି ୬୭ ବର୍ଷୀୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ବ୍ୟକ୍ତି ହେଉଛି ଅନଙ୍ଗ ନାୟକ । ଜେଲ୍ ଦଣ୍ଡ ସହ ତାକୁ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି । ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୨ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।
ଏହାସହିତ କ୍ଷତି ପୂରଣ ବାବଦକୁ ପୀଡିତାଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ପୀଡିତାଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜଙ୍କ ଦ୍ବାରା ପରିଚାଳିତ ଏହି ମାମଲାର ବିଚାରଣା ୧୫ ଜଣ ସାକ୍ଷୀ, ପୀଡିତାଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟ ଆଧାରରେ କରାଯାଇଥିବା ଜଣାପଡିଛି । ଗତ ୨୦୨୦ ମସିହା ସେପ୍ଟେମ୍ବର ମାସ ୨୨ରେ ଏହି ଦୁଷ୍କର୍ମ ଘଟଣା ପ୍ରକାଶ ପାଇଥିଲା ।
ଏହାମଧ୍ୟ ପଢନ୍ତୁ: ବିଜେଡିକୁ ଯିବେ ଜର୍ଜ ତିର୍କୀ, କଂଗ୍ରେସକୁ କଲେ କଡ଼ା ସମାଲୋଚନା