ଓଡିଶା

odisha

ETV Bharat / state

ଭାରତୀୟ ବାୟୁସେନାର ଫ୍ଲାଇଂ ଅଫିସର ହେଲେ କନ୍ଧମାଳ ଝିଅ

ଭାରତୀୟ ବାୟୁ ସେନାର ପାସିଙ୍ଗ ଆଉଟ ପ୍ୟାରେଡ ପରେ ଫ୍ଲାଇଂ ଅଫିସର ଭାବେ ନିଯୁକ୍ତି ପାଇଲେ କନ୍ଧମାଳର ଝିଅ ସାଇ ପ୍ରଣିତା ମହାନ୍ତି । ଅଧିକ ପଢନ୍ତୁ...

ଭାରତୀୟ ବାୟୁସେନାର ଫ୍ଲାଇଂ ଅଫିସର ସାଜିଲେ ପ୍ରଣିତା
ଭାରତୀୟ ବାୟୁସେନାର ଫ୍ଲାଇଂ ଅଫିସର ସାଜିଲେ ପ୍ରଣିତା

By

Published : Jun 21, 2020, 10:36 AM IST

ଫୁଲବାଣୀ: ପଛୁଆ ଅଞ୍ଚଳର ଆଗୁଆ ଝିଅ । ଭାରତୀୟ ବାୟୁସେନାର ସାଜିଲେ ଫ୍ଲାଇଂ ଅଫିସର । କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସାଇ ପ୍ରଣିତା ଜିଲ୍ଲା ପାଇଁ ଗୌରବ ପାଲଟିଛନ୍ତି । ପରିବାରରେ ମଧ୍ୟ ବେଶ ଖୁସିର ଲହରି ଦେଖିବାକୁ ମିଳିଛି ।

ଭାରତୀୟ ବାୟୁସେନାର ସାଜିଲେ ଫ୍ଲାଇଂ ଅଫିସର

ଭାରତୀୟ ବାୟୁ ସେନାର ପାସିଙ୍ଗ ଆଉଟ ପ୍ୟାରେଡ ପରେ ପ୍ରଣିତାଙ୍କୁ ଫ୍ଲାଇଂ ଅଫିସର ଭାବେ ନିଯୁକ୍ତି ମିଳିଛି। ତାଙ୍କ ଘର କନ୍ଧମାଳ ଜିଲ୍ଲା ଫୁଲବାଣୀ କେନ୍ଦୁପର । ପିଲାଟି ବେଳୁ ସେନାରେ ଯୋଗ ଦେବେ ବୋଲି ଲକ୍ଷ୍ୟ ରଖିଥିବା ପ୍ରଣିତା ଜେଜେଙ୍କ ଠାରୁ ପ୍ରେରଣା ପାଇଥିଲେ । କାରଣ ଜେଜେ ବାପା ମଧ୍ୟ ଆର୍ମିରେ ରହିଥିଲେ।

ଫୁଲବାଣୀରେ ପାଠପଢା ଶେଷ କରିବା ପରେ ସେ ପଣ୍ଡିଚେରୀରେ ପଢୁଥିଲେ। ପରେ ଭାରତୀୟ ବାୟୁ ସେନାରେ ଯୋଗଦେବା ପାଇଁ ସ୍ଥିର କରିଥିଲେ । ଏଥିପାଇଁ ସେ ଅନେକ କଠିନ ପରିଶ୍ରମ ମଧ୍ୟ କରୁଥିଲେ। ତେବେ ତୃତୀୟ ଥର ଚେଷ୍ଟାରେ ନିଜ ସ୍ବପ୍ନକୁପୂରଣ କରିପାରିଛନ୍ତି ପ୍ରଣିତା ।

କନ୍ଧମାଳ ପରି ପଛୁଆ ଅଞ୍ଚଳରୁ ଝିଅ ଟିଏ ଯିବା ବିରଳ। ଏଥିପାଇଁ ବାପା ମାଆଙ୍କ ମନରେ ରହିଛି ଗର୍ବ ଓ ଆନନ୍ଦ ରହିଛି । କନ୍ଧମାଳରୁ ଅନେକ ଝିଅ ଅଲମ୍ପିକରେ ଅଂଶଗ୍ରହଣ କରିଛନ୍ତି। ଆଜି ଭାରତୀୟ ବାୟୁ ସେନାରେ ଫ୍ଲାଇଂ ରାଙ୍କରେ ଯୋଗ ଦେବା ପରେ ପ୍ରେରଣାର ସ୍ରୋତ ହୋଇଛନ୍ତି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details