କନ୍ଧମାଳ: ଏକ ନିପଟ ମଫସଲ ଗାଁରୁ ଇସ୍ରୋରେ ବୈଜ୍ଞାନିକ । ଘାତ, ପ୍ରତିଘାତ ଓ ଦାରିଦ୍ର୍ୟତା ମଧ୍ୟରେ ରହି ମଧ୍ୟ ପ୍ରବଳ ଇଛାଶକ୍ତି ବଳରେ ଆଜି ବିଶ୍ବର ଏକ ପ୍ରମୁଖ ମହାକାଶ ସଂସ୍ଥାରେ ବୈଜ୍ଞାନିକ । ଏହି ସଫଳତାର ଶିଖରରେ ପହଞ୍ଚିପାରିଛନ୍ତି ଯୁବ ପ୍ରତିଭା ଅଭିମନ୍ୟୁ ମଲ୍ଲିକ ।
ଚକାପାଦ ବ୍ଲକ କୁଶୁମେଣ୍ଡି ପଞ୍ଚାୟତର ସିମ୍ବାଳି ଗାଁରେ ଜନ୍ମ ଗ୍ରହଣ କରିଛନ୍ତି ଅଭିମନ୍ୟୁ । ଏହି ଗାଁରୁ ପାଠ ପଢି ଏବେ ଇସ୍ରୋ ବୈଜ୍ଞାନିକ ହୋଇପାରିଛନ୍ତି । ବାପା ଜଣେ ସାଧାରଣ ଚାଷୀ ହୋଇଥିବା ବେଳେ ମା ଗୃହିଣୀ । ନିଜ ନିଷ୍ଠା ଓ ବାପା ମାଆଙ୍କ ତଥା ଗୁରୁଙ୍କ ପ୍ରେରଣାରୁ ଆଜି ଏଠି ପହଁଚିଥିବା ସେ କହିଛନ୍ତି ।