ଓଡିଶା

odisha

ETV Bharat / state

ନବରଙ୍ଗପୁର ଓ କନ୍ଧମାଳବାସୀ ପାଳିଲେ ଅନ୍ତର୍ଜାତୀୟ ଯୋଗ ଦିବସ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ତେଣୁ ନବରଙ୍ଗପୁର ଓ କନ୍ଧମାଳବାସୀ ଯୋଗ ଦିବସ ପାଳନ କରିଛନ୍ତି ।

By

Published : Jun 21, 2019, 3:21 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର/ଫୁଲବାଣୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଦେଶବ୍ୟାପୀ ଯୋଗ ଦିବସ ପାଳନ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଏହାର ଉତ୍ସାହ ଦେଖିବାକୁ ମିଳିଛି । ସେପ୍ଟେମ୍ବର ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବ କ୍ରମେ ମିଳିତ ଜାତିସଂଘ ୨୧ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଗ୍ରହଣ କରିଥିଲେ । ତେଣୁ, ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ନବରଙ୍ଗପୁର ବିଭିନ୍ନ ସ୍ଥାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର

ମାନସିକ ଏବଂ ଶାରିରୀକ ସ୍ତରରେ ସୁସ୍ଥ ରହିବା ପାଇଁ ଭାରତୀୟ ସଂସ୍କୃତିର ମହାନ ଉଦଭାବନା ଯୋଗକୁ ସାରା ବିଶ୍ବରେ ଯୋଗ ଦିବସ ମାଧ୍ୟମରେ ପହଞ୍ଚାଇ ପାରିଛି । ତେଣୁ ଏନେଇ ନବରଙ୍ଗପୁରଠାରେ ଥିବା ବିଏସଏଫ କ୍ୟାମ୍ପ ପରିସରରେ ବିଶ୍ବ ଯୋଗ ଦିବସ ଆୟୋଜିତ ହୋଇଥିଲା। ଯେଉଁଥିରେ ଵିଏସଏଫର ୧୫ ବାଟାଲିୟନ ଫୋର୍ସ, ଜିଲ୍ଲା ପୋଲିସର ଯବାନ ଓ ବହୁ ସାଧାରଣ ଜନତା ଯୋଗ ଦେଇ ଯୋଗ କରିଥିଲେ । ଏପଟେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମଧ୍ୟ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ସେଠାରେ ଶିଶୁ ମନ୍ଦିରର କର୍ମକର୍ତ୍ତାଙ୍କ ସହ ଛାତ୍ରଛାତ୍ରୀ ଉପସ୍ଥିତ ରହି ଯୋଗର ଲାଭ ଉଠାଇଥିଲେ ।


ସେହିପରି କନ୍ଧମାଳ ଜିଲ୍ଲାର ଅନେକ ସହର ଓ ଗାଁରେ ପାଳନ କରାଯାଇଛି ଯୋଗ ଦିବସ । ଫୁଲବାଣୀରେ ମଧ୍ୟ ଜିଲ୍ଲାସ୍ତରୀୟ ଯୋଗ ଦିବସ ପାଳନ କରିଛି ଯୋଗ କମିଟି । ତେବେ ଏଥିରେ ସମସ୍ତ ବର୍ଗର ଲୋକେ ସାମିଲ ହୋଇଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details