ଫୁଲବାଣୀ: ଆଜି ହେଉଛି ଆନ୍ତର୍ଜାତିକ ଯୋଗ ଦିବସ । ଏହି ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଯୋଗ ମହୋତ୍ସବ ସମିତି ଫୁଲବାଣୀର ମିଳିତ ଆନୁକୁଲ୍ୟରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆୟୁର୍ବେଦ ଚିକିତ୍ସା ଅଧିକାରୀ ଡାକ୍ତର ଭବାନୀ ଶଙ୍କର ପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
କନ୍ଧମାଳରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ - ଆନ୍ତର୍ଜାତିକ ଯୋଗ ଦିବସ ପାଳନ
ଯୋଗ ଦିବସ ଅବସରରେ ଫୁଲବାଣୀରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ
କନ୍ଧମାଳରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ
ଆଜିକା ସମାଜରେ ସମସ୍ତ ରୋଗକୁ ଯୋଗ ହିଁ ଉପସମ ଦେଇ ପାରିବ । ଯୋଗକୁ ଜୀବନ ଚର୍ଯ୍ୟାର ଅଂଶବିଶେଷ । ଯୋଗକୁ ଜୀବନ ଚର୍ଯ୍ୟାରେ ଯୋଡିଲେ ମନ, ଶରୀର ସ୍ୱାସ୍ଥ୍ୟ ଠିକ ରହିବ ବୋଲି କହିଛନ୍ତି ଡାକ୍ତର ପାଳ । ସେପଟେ ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ କରି ବେଶ ଖୁସିଥିବା ପ୍ରକାଶ କରିଛନ୍ତି । ଏଥିରେ କନ୍ଧମାଳ ୫ ସଂଘ ଚାଳକ ରମେଶ ଚନ୍ଦ୍ର ସାହୁ, ସହ ଜିଲ୍ଲା କାର୍ଯ୍ୟବାହ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୋଗ ସଂଯୋଜକ ଶ୍ରୀକୁନୁ ଭୋଇ ଛାତ୍ରଛାତ୍ରଙ୍କୁ ଯୋଗ ଶିଖାଇଥିଲେ ।