ଓଡିଶା

odisha

ETV Bharat / state

‘ବଞ୍ଚିଥିବା ଯାଏଁ ବନ୍ଦ ହେବନି କାଳିଆ’

ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଶ ସୁରୁଖୁରୁରେ ସରିଥିବା ବେଳେ ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରମ୍ଭ ହୋଇଛି ଭୋଟରଙ୍କୁ ଆକୃଷ୍ଟ କରିବା କସରତ ।

By

Published : Apr 11, 2019, 7:06 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

କନ୍ଧମାଳ: ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଶ ସୁରୁଖୁରୁରେ ସରିଥିବା ବେଳେ ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରମ୍ଭ ହୋଇଛି ଭୋଟରଙ୍କୁ ଆକୃଷ୍ଟ କରିବା କସରତ । ଏନେଇ ଗୁରୁବାର ସ୍ଥାନୀୟ ଫିରିଙ୍ଗିଆ ସ୍କୁଲ ପଡିଆରେ ଆୟୋଜିତ ଏକ ସମାବେଶରେ ଯୋଗ ଦେଇ ନିର୍ବାଚନୀ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଆଗାମୀ ନିର୍ବାଚନରେ କେନ୍ଦ୍ରରେ କେହି ସଂଖ୍ୟା ଗରିଷ୍ଠତା ପାଇବେ ନାହିଁ । ଏଥିସହ ବିଜେଡି ହିଁ କରିତକର୍ମା ହେବ ବୋଲି ପ୍ରଚାର ମଇଦାନରେ ଓହ୍ଲାଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏତେଦିନ ହେବ କେନ୍ଦ୍ର ରାଜ୍ୟବାସୀଙ୍କୁ ଅଣଦେଖା କରୁଥିବା ବେଳେ ନିର୍ବାଚନ ସମୟରେ କାହିଁକି ରାଜ୍ୟବାସୀଙ୍କ କଥା ମନେ ପଡିଲା ବୋଲି ପ୍ରଶ୍ନ କରିଛନ୍ତି ନବୀନ ।

ଅନ୍ୟପଟେ ବଞ୍ଚିଥିବା ଯାଏଁ କାଳିଆ ଯୋଜନାକୁ କେହି ରୋକି ପାରିବେ ନାହିଁ ବୋଲି କହି କେନ୍ଦ୍ର ସରକାରଙ୍କୁ ତିରସ୍କାର କରିଛନ୍ତି ନବୀନ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details