ଓଡିଶା

odisha

ETV Bharat / state

ପୋଲିସ ଚୋରର ଲୁଚକାଳି ଖେଳରେ ଫସିଗଲା ଅଭିଯୁକ୍ତ

ଚଳନ୍ତା ବାଇକରୁ ଖସିଯିବା ପାଇଁ ଚେଷ୍ଟା କରୁଥିବା ଅଭିଯୁକ୍ତ ଜଣକ ବାଇକ ଚଳାଉଥିବା କନେଷ୍ଟବଳଙ୍କ ମୁହଁରେ ଗାମୁଛା ପକାଇବାରୁ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ମାତ୍ର ଗୁରୁତର ଅବସ୍ଥାରେ ଥିବା ସଂପୃକ୍ତ କନେଷ୍ଟବଳ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଥିଲେ ।

By

Published : Jul 30, 2019, 2:30 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: ପୋଲିସ ଚୋରର ଲୁଚକାଳି ଖେଳରେ ଫସିଗଲା ଅଭିଯୁକ୍ତ । ପୋଲିସ ଆଖିରେ ଧୂଳି ଦେଇ ଖସିଯିବାକୁ ଚେଷ୍ଟା କରୁଥିବା ଚୋରକୁ ପାନେ ଦେଇଛି ପୋଲିସ। ଜିଲ୍ଲାର ଖଜୁରିପଡା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏହିପରି ଘଟଣା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ଥାନାରୁ ଜଣେ ଅଭିଯୁକ୍ତକୁ ମୋଟର ସାଇକେଲ ଜରିଆରେ ଫୁଲବାଣୀ କୋର୍ଟକୁ ନେଉଥିଲେ ଉକ୍ତ ଥାନାର ଦୁଇ ଜଣ କନେଷ୍ଟବଳ ଅଗସ୍ତି ପାତ୍ର ଓ ସୁରେନ୍ଦ୍ର ଗଣ୍ଡା । ତେବେ ଚଳନ୍ତା ବାଇକରୁ ଖସିଯିବା ପାଇଁ ଚେଷ୍ଟା କରୁଥିବା ଅଭିଯୁକ୍ତ ଜଣକ ବାଇକ ଚଳାଉଥିବା କନେଷ୍ଟବଳଙ୍କ ମୁହଁରେ ଗାମୁଛା ପକାଇ ଦେଇଥିଲା । ଫଳରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସମସ୍ତେ ଗୁରୁତର ଭାବେ ଆହତ ହୋଇଥିଲା । ତେବେ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ଗୁରୁତର ଅବସ୍ଥାରେ ଥିବା ସଂପୃକ୍ତ କନେଷ୍ଟବଳ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପରେ ଥାନାର ଅନ୍ୟ ପୋଲିସ କର୍ମୀ ଘଟଣାସ୍ଥଳରେ ପହଁଚି ଅଭିଯୁକ୍ତକୁ କାବୁ କରିଥିଲେ ।

ତେବେ ଘଟଣାଟି ଏବେ ଜିଲ୍ଲାରେ ଆଲୋଚନାର ବିଷୟ ପାଲଟିଛି । ଅଭିଯୁକ୍ତକୁ ବାଇକ୍ ସାହାଯ୍ୟରେ କୋର୍ଟ ପହଞ୍ଚାଇବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି । ଏହା ସହିତ ଏହି ଘଟଣାର ଫଟୋ ଭାଇରାଲ ହେବା ପରେ ପୋଲିସକୁ ଘେରିଛନ୍ତି ମାନବାଧିକାର କର୍ମୀ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details