ଓଡିଶା

odisha

ETV Bharat / state

କନ୍ଧମାଳରେ କୁଆପଥର ବର୍ଷା

କାଳବୈଶାଖୀ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ପ୍ରବଳ କୁଆପଥର ବର୍ଷା ସାଙ୍ଗକୁ ଝଡ଼ତୋଫାନ ହୋଇଛି । ତେବେ ଏପରି କୁଆପଥର ବର୍ଷା ସେମାନଙ୍କ ପାଇଁ ନୂଆ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Mar 18, 2019, 12:43 PM IST

କନ୍ଧମାଳ: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଛି । ତେବେ ରବିବାର କନ୍ଧମାଳ ଜିଲ୍ଲାରେ ପ୍ରବଳ କୁଆପଥର ବର୍ଷା ସାଙ୍ଗକୁ ଝଡ଼ତୋଫାନ ହୋଇଛି । ବିଭିନ୍ନ ସ୍ଥାନରେ ପ୍ରବଳ କୁଆପଥର ପଡ଼ିବା ଯୋଗୁଁ ରାସ୍ତାଘାଟରେ ଜମା ହୋଇ ରହିଥିବା ଦେଖିବାକୁ ମିଳିଛି । କୁଆପଥର ମାଡରେ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଖବର ମୁତାବକ, ବୌଦ୍ଧ-ଫୁଲବାଣୀ 157 ନମ୍ବର ଜାତୀୟ ରାଜପଥର ରାଣିପଥର ଓ ସୁଡ୍ରୁକୁମ୍ପା ନିକଟରେ ଗଦା ହୋଇ ରହିଥିଲା କୁଆପଥର । ସେହି କୁଆପଥର ଦେଖିବାକୁ ସ୍ଥାନୀୟ ଲୋକ ମେଳି ହେଇଥିଲେ । ତେବେ ଏପରି କୁଆପଥର ବର୍ଷା ସେମାନଙ୍କ ପାଇଁ ନୂଆ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details