ଓଡିଶା

odisha

ETV Bharat / state

କନ୍ଧମାଳରେ ଅଗ୍ନିବର୍ଷା, ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ଜନଜୀବନ - wave

ତତଲା ଖରାରେ ସିଝୁଛି ରାଜ୍ୟର ଥଣ୍ଡା ସହର କନ୍ଧମାଳ। ଫୁଲବାଣୀରେ ଶୁକ୍ରବାର ପାରଦ 40.2 ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି । ସହରରେ ଅସହ୍ୟ ଗରମ ଓ ଗୁଳୁଗୁଳି ସାଧାରଣ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କନ୍ଧମାଳ

By

Published : Apr 27, 2019, 3:39 AM IST

Updated : Apr 27, 2019, 2:40 PM IST

କନ୍ଧମାଳ: ଜଳୁଛି କନ୍ଧମାଳ । ସହରରେ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମଲହରୀ। ତତଲା ଖରାରେ ସିଝୁଛି ରାଜ୍ୟର ଏହି ଥଣ୍ଡା ଅଞ୍ଚଳ। ସାରା ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀରେ ଶୁକ୍ରବାର ପାରଦ 40.2 ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି । ଯାହାଫଳରେ ଦିନ ବେଳା ରାସ୍ତାରେ ଯିବା କଷ୍ଟକର ହୋଇପଡୁଛି । ତେବେ ସହରକୁ ଘେରି ରହିଥିବା ଗଛଲତା କାଟି ପଦା କରିଦେବା ପରେ ଫୁଲବାଣୀରେ ଏପରି ଅସହ୍ୟ ଟାଇଁଟାଇଁ ଖରା ଅନୂଭୁତ ହେଉଥିବା ଦେଖାଦେଇଛି। ଏପରିକି ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା ବଢିବା ସହିତ ଖରାର ପ୍ରକୋପ ବୃଦ୍ଧି ପାଇଛି।

ଏହି ଅଗ୍ନିବର୍ଷା ଖରା ପାଇଁ ଖଟିଖାଇ ପେଟ ପୋଷୁଥିବା ମେହନତିଆ ମଣିଷଙ୍କ ପେଟପାଟଣା ବନ୍ଦ ହୋଇଯାଉଛି । ଦିନ 10ଟା ବାଜିଲେ ତାଟି କବାଟ ଦେଇ ସମସ୍ତ ଘରେ ରହୁଛନ୍ତି । ଉଦଉଦିଆ ଖରାବେଳେ ମଣିଷ ଠୁ ପଶୁ ପକ୍ଷୀ ସମସ୍ତଙ୍କ ସାହା ଭରଷା ଥଣ୍ଡା ପାନୀୟ।

ଗ୍ରୀଷ୍ମଲହରୀ କାରଣରୁ ସହରର ଅନେକ ନଦୀରେ ଜଳସ୍ତର କମିବା ସହିତ ଏକାଧିକ ନାଳ,ଝରଣା,କୂଅ,ନଳକୂଅ ଶୁଖିବାରେ ଲାଗିଲାଣି। ତେବେ ଆଗାମୀ ଦିନରେ ସହରରେ କେଉଁ ପ୍ରକାର ଉତ୍କଟ ପରିସ୍ଥିତି ସୃଷ୍ଟି ହେବ ତାହା ଚିନ୍ତାର ବିଷୟ ପାଲଟିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Apr 27, 2019, 2:40 PM IST

ABOUT THE AUTHOR

...view details