ଓଡିଶା

odisha

ETV Bharat / state

କନ୍ଧମାଳରେ ଆକ୍ସନ ମୁଡରେ ଅବକାରୀ ବିଭାଗ: 13 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ । ବ୍ୟାପକ ଗଞ୍ଜେଇ ନଷ୍ଟ । ଆଗକୁ ପଢନ୍ତୁ...

By

Published : Jan 11, 2020, 2:13 PM IST

ganza seized by police in kandhamal
ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ କରି ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିଛି । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ମୂଲ୍ୟ ପ୍ରାୟ ତେର କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି।

ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା,ମିଡିଆକିଆ ସୀମାବର୍ତ୍ତୀ ଦୁର୍ଗମ ଗ୍ରାମାଞ୍ଚଳର ଜଙ୍ଗଲ ଅଞ୍ଚଳରେ ହେଉଥିଲା ଚାଷ । 130 ଏକରରୁ ଅଧିକ ଜମିରେ ଥିବା 130000 ଗଞ୍ଜେଇ ଗଛ କାଟିବା ପରେ ପୋଡି ଦେଇଥିଲେ ମିଳିତ ଟିମ।

ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ

ଅଭିଯାନରେ ନକ୍ସଲ ବିରୋଧୀ ଏସଓଜି, ଡିବିଏଫ୍ ସହିତ କୋବ୍ରା ବାହିନୀ ଯବାନ ସୁରକ୍ଷା ଯୋଗାଇଥିଲେ । ଏପରି ଚଢାଉ ଲଗାତାର ଜାରି ରହିବ ବୋଲି ସୂଚନା ଦିଆଯାଇଛି।


କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ABOUT THE AUTHOR

...view details