କନ୍ଧମାଳ:ଜିଲ୍ଲା ପୂର୍ବତନ ସାଂସଦ ତଥା ବିଜେଡି ନେତା ସୁଗ୍ରୀବ ସିଂଙ୍କ ଦେହାନ୍ତ । ଗତକାଲି ଅସୁସ୍ଥତା କାରଣରୁ ଭୁବନେଶ୍ବର କିମସ ମେଡିକାଲରେ ଚିକିତ୍ସିତ ହେଉଥିଲେ ପୂର୍ବତନ ସାଂସଦ ସୁଗ୍ରୀବ ସିଂ ।
ସୂଚନାଅନୁସାରେ, ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କିମ୍ସରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଭର୍ତ୍ତି ହେବାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ତାଙ୍କଠାରେ କୋରୋନା ଲକ୍ଷଣ ଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।