କନ୍ଧମାଳ: ଲାଲବାହୀନିର ହିଂସାକାଣ୍ଡକୁ ଦେଖି ଅଧରାତିରେ ପୋଲିସର ଫ୍ଲାଗ ମାର୍ଚ୍ଚ । ଆଜି କନ୍ଧମାଳ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ । ମାତ୍ର ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ହୋଇଥିବା ନକ୍ସଲଙ୍କ ବର୍ବର କାଣ୍ଡକୁ ଦେଖି କଡା ଆଭିମୁଖ୍ୟ ଗ୍ରହଣ କରିଛି ପୋଲିସ । ଏନେଇ ଫୁଲବାଣୀ ସହରରେ ପୋଲିସ ବାହିନୀର ଛାଉଣି ହୋଇଥିବା ଦେଖିବାକୁ ମିଳିଛି ।
ଫୁଲବାଣୀ ସହରରେ ପୋଲିସର ରାତି ଅଧିଆ ଫ୍ଲାଗ ମାର୍ଚ୍ଚ - ଫ୍ଲାଗ ମାର୍ଚ୍ଚ
ଆଜି କନ୍ଧମାଳ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ । ମାତ୍ର ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ହୋଇଥିବା ନକ୍ସଲଙ୍କ ବର୍ବର କାଣ୍ଡକୁ ଦେଖି କଡା ଆଭିମୁଖ୍ୟ ଗ୍ରହଣ କରିଛି ପୋଲିସ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଫୁଲବାଣୀ
ଏହି ଜିଲ୍ଲାର ଅନେକ ଅଞ୍ଚଳ ମାଓପ୍ରବଣ ହୋଇଥିବାରୁ ପୋଲିସ ପକ୍ଷରୁ ସୁରକ୍ଷାକୁ କଡାକଡି କରାଯାଇଛି । ଅତିରିକ୍ତ ଡିଜି ଅପରେସନ ଆରପି କୋଚେ, ଗୋଇନ୍ଦା ନିର୍ଦ୍ଦେଶକ, ଆଇଜି ଜାତୀନ୍ଦ୍ର କୋଏଲ,ଏସଓଜି କମାଣ୍ଡାଣ୍ଟ ଫୁଲବାଣୀ ସହରରେ ପହଞ୍ଚିଛନ୍ତି ।
ସେହିପରି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ମଧ୍ୟ ଫୁଲବାଣୀରେ ପହଞ୍ଚିଥିବା ଜଣାପଡିଛି ।
ଫୁଲବାଣୀରୁ ସଦାଶିବ ପାତ୍ର, ଇଟିଭି ଭାରତ