ଓଡିଶା

odisha

ETV Bharat / state

ପୋଲିସକୁ ନାକେଦମ କରୁଛନ୍ତି ଅମାନିଆ, କଣ୍ଟେନମେଣ୍ଟ ଜୋନରେ ମାଛ ଗାଡି ଜବତ

କନ୍ଧମାଳ ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ ସହର ଓ ଗାଁରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏପରି ସ୍ଥିତିରେ ଗଞ୍ଜାମର ଏକ ମାଛ ଗାଡି ବାଲୁଗାଁରୁ ମାଛ ଧରି ଫୁଲବାଣୀର ସମସ୍ତ ନାକା ଚେକକୁ ମାତ ଦେଇ ଜିଲ୍ଲାରେ ବେପାର କରିଛି।

ପୋଲିସକୁ ନାକେଦମ କରୁଛନ୍ତି ଅମାନିଆ, କଣ୍ଟେନମେଣ୍ଟ ଜୋନରେ ମାଛ ଗାଡି ଜବତ
ପୋଲିସକୁ ନାକେଦମ କରୁଛନ୍ତି ଅମାନିଆ, କଣ୍ଟେନମେଣ୍ଟ ଜୋନରେ ମାଛ ଗାଡି ଜବତ

By

Published : Aug 4, 2020, 7:28 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ ସହର ଓ ଗାଁରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏପରି ସ୍ଥିତିରେ ଗଞ୍ଜାମର ଏକ ମାଛ ଗାଡି ବାଲୁଗାଁରୁ ମାଛ ଧରି ଫୁଲବାଣୀର ସମସ୍ତ ନାକା ଚେକକୁ ମାତ ଦେଇ ଜିଲ୍ଲାରେ ବେପାର କରିଛି।

ପୋଲିସ ପରେ ଗାଡିକୁ ଜବତ କରି ମାମଲା ରୁଜୁ କରିବା ସହିତ ଫାଇନ କରିଛି। ସେହିପରି କେତେକ ଘର ତିଆରି କରୁଥିବା ବେଳେ 7 ଜଣ ଶ୍ରମିକଙ୍କୁ ସେଠାରୁ ଧରିଛି। କୋରୋନା ସଂକ୍ରମଣ ବଢୁଥିବା ବେଳେ ଅମାନିଆ ପୋଲିସକୁ କରୁଛନ୍ତି ନାକେଦମ।

ପୋଲିସକୁ ନାକେଦମ କରୁଛନ୍ତି ଅମାନିଆ, କଣ୍ଟେନମେଣ୍ଟ ଜୋନରେ ମାଛ ଗାଡି ଜବତ

ଫୁଲବାଣୀ ସହରରେ କଣ୍ଟେନମେଣ୍ଟ ହୋଇଥିବା ବେଳେ ବାଲୁଗାଁରେ ବିନା ଅନୁମତିରେ ପଶିଛି ମାଛ ଗାଡି। ନାକା ଚେକ ପଏଣ୍ଟରେ ଖସି ସହର ଭିତରେ ପଶି ଦୁଇ ଗୁଣା ମୂଲ୍ୟରେ ମାଛ ବିକୁଥିବା ବେଳେ ପୋଲିସ ପହଁଞ୍ଚି ମାଛ ଗାଡିକୁ ଜବତ କରିଥିଲା। ଏହାସହ ଏକ ମାମଲା ରୁଜୁ କରି ଫାଇନ କରିଛି ପୋଲିସ। ଅମାନିଆ ହଇରାଣ କରୁଥିବା ମାନିଛନ୍ତି ଏସଡିପିଓ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details