ଓଡିଶା

odisha

ETV Bharat / state

ଚାଷରେ ସୁଧାର ଆଣିବ ‘ତରିନା’ ପ୍ରକଳ୍ପ

କନ୍ଧମାଳ ଜିଲ୍ଲାରେ ବିକଳ୍ପ ଚାଷ ଏବଂ ପୃଷ୍ଟିକର ଆହର ପାଇଁ ଜିଲ୍ଲା ପ୍ରଶାସନ ଓ କେୟାର ଇଣ୍ଡିଆ ସଂସ୍ଥା ମିଶି ‘ତରିନା’ ନାମକ ଏକ ନୂତନ ପ୍ରକଳ୍ପ ଆରମ୍ଭ କରିଛନ୍ତି । ବିକଳ୍ପ ଚାଷ ଭାବେ ଅର୍ଥକାରୀ ଫସଲକୁ ଆପଣାଯାଇଛି।

By

Published : Sep 7, 2019, 10:47 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନର ସିଧାସଳଖ ପ୍ରଭାବ ପଡିଛି । କେବଳ ମୌସୁମୀ ବର୍ଷାକୁ ନିର୍ଭର କରୁଥିବା ଜିଲ୍ଲାର ଶହଶହ ନାମମାତ୍ର ଚାଷୀ ପ୍ରମାଦ ଗଣିଲେଣି। ଏଥିସହ ନାମମାତ୍ର ଚାଷୀ ଅପପୃଷ୍ଟର ଶୀକାର ମଧ୍ୟ ହେଉଛନ୍ତି । ସେଥିପାଇଁ ବିକଳ୍ପ ଚାଷ ଏବଂ ପୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ଓ କେୟାର ଇଣ୍ଡିଆ ସଂସ୍ଥା ମିଶି ତରିନା ନାମକ ଏକ ପ୍ରକଳ୍ପ ଆରମ୍ଭ କରିଛନ୍ତି ।

ଏହି ପ୍ରକଳ୍ପକୁ ନେଇ ଫୁଲବାଣୀରେ ଏକ ଆଲୋଚନାଚକ୍ର ଆୟୋଜନ କରିଛନ୍ତି ସଙ୍ଗଠନ ଓ ପ୍ରଶାସନ। ତେବେ ଏହି ଆଲୋଚନା ପ୍ରକ୍ରିୟାରେ ବିକଳ୍ପ ଚାଷ ଭାବେ ଅର୍ଥକାରୀ ଫସଲକୁ ରଖାଯାଇଛି। ଚାଷୀ ଲିଚୁ ଚାଷ,କୁକୁଡ଼ା ଚାଷ ଓ ଫାର୍ମିଂ କିପରି କରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ, କୃଷି ଉପନିର୍ଦେଶକ ସମେତ ବହୁ ବିଭାଗୀୟ ଅଧିକାରୀ ଓ କେୟାର ଇଣ୍ଡିଆ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। ଘୁ.ଉଦୟଗିରି ବ୍ଲକର ତିରିଶ ଗାଁରେ ‘ତରିନା’ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ଜଣାଇଛି ପ୍ରଶାସନ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details