ଫୁଲବାଣୀ: ପାରିବାରିକ କଳହର କରୁଣ ପରିଣତି । କ୍ରୋଧର ବଶବର୍ତ୍ତୀ ହୋଇ ପତ୍ନୀ ଉପରେ କିରାସିନି ଢାଳି ପୋଡିବା ଉଦ୍ୟମ କରିଛି ସ୍ବାମୀ । ଘଟଣାଟି ହେଉଛି ରାଇକିଆ ବ୍ଲକ ମଣ୍ଡାକିଆ ଅଞ୍ଚଳର ।
ପାରିବାରିକ କଳହରୁ ପତ୍ନୀକୁ ଜାଳିଦେଲା ପତି - ସ୍ତ୍ରୀ
ପାରିବାରିକ କଳହର କରୁଣ ପରିଣତି । କ୍ରୋଧର ବଶବର୍ତ୍ତୀ ହୋଇ ପତ୍ନୀ ଉପରେ କିରାସିନି ଢାଳି ପୋଡିବା ଉଦ୍ୟମ କରିଛି ସ୍ବାମୀ । ଘଟଣାଟି ହେଉଛି ରାଇକିଆ ବ୍ଲକ ମଣ୍ଡାକିଆ ଅଞ୍ଚଳର ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
ସୂଚନା ଅନୁଯାୟୀ ପାରିବାରିକ କଳହ ଯୋଗୁଁ ପ୍ରମୋଦ ନାୟକ କିରାସିନି ଢାଳି ପତ୍ନୀ ଅଞ୍ଜଳିଙ୍କୁ ଜାଳି ଦେଇଛନ୍ତି । ଖବର ପାଇ ପରିବାର ଲୋକେ ପ୍ରଥମେ ଅଞ୍ଜଳିଙ୍କୁ ରାଇକିଆ ଡାକ୍ତରଖାନା ଓ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ସେଠାରେ ଅଞ୍ଜଳିଙ୍କର ଚିକିତ୍ସା ଜାରି ରହିଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ