ଓଡିଶା

odisha

ETV Bharat / state

ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଓ ପିଜି ଫଳ ପ୍ରକାଶିତ

ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ସ୍ନାତକରେ ପାସ୍ ହାର 75.84 ପ୍ରତିଶତ ରହିଥିବାବେଳେ ସ୍ନାତୋକୋତ୍ତର ବିଭାଗରେ ପାସ୍ ହାର 64.71 ପ୍ରତିଶତ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Jun 10, 2019, 10:48 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଅନ୍ୟତମ ସରକାରୀ କଲେଜ ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ ସ୍ନାତକରେ ପାସ୍ ହାର 75.84 ପ୍ରତିଶତ ରହିଥିବା ବେଳେ ସ୍ନାତୋକୋତ୍ତର ବିଭାଗରେ ପାସ୍ ହାର 64.71 ପ୍ରତିଶତ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଅବଶ୍ୟ ଗତ ବର୍ଷ ଠାରୁ ଚଳିତ ବର୍ଷ ପାସ ହାର କମ ରହିଥିବା ବେଳେ ଅର୍ଥଶାସ୍ତ୍ରର ସ୍ନାତୋକୋତ୍ତର ବିଭାଗରେ 11 ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ମାତ୍ର ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ସମସ୍ତ ବିଭାଗର ବେଷ୍ଟ ଗ୍ରାଜୁଏଟ୍ ମାନଙ୍କୁ ଅର୍ଥ ଓ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରାଯାଇଛି ।

ସୋମବାର ପରୀକ୍ଷା ନିୟନ୍ତ୍ରକ ଓ ଅନ୍ୟ ଅଧିକାରୀଙ୍କ ଗହଣରେ ଖୋଲାଯାଇଥିଲା ଫଳ ପୁସ୍ତିକା । ତେବେ ଛାତ୍ରଛାତ୍ରୀଙ୍କୁ ଅଧିକ ଭଲ ନମ୍ବର ରଖିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ । କଲେଜରେ ବନ୍ଦ ପଡିଛି ଲାଇବ୍ରେରୀ । ସେପଟେ ମାତ୍ର 20 ପ୍ରତିଶତ ଅଧ୍ୟାପକ ପଦବୀ ପୂରଣ ହୋଇଛି । ଏହି ସବୁ ସମସ୍ୟାରେ ଗତି କରୁଛି କଲେଜ ଏବଂ ଏହା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଉପରେ ପ୍ରଭାବ ପକାଉଛି ବୋଲି ମତ ଦିଆଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details