କନ୍ଧମାଳ: ମୁଣ୍ଡ ଉପରେ ନିର୍ବାଚନ । ତେବେ ଏହାକୁ ଆଖିଆଗରେ ରଖି କନ୍ଧମାଳରରେ ନିର୍ବାଚନ ଆଚରଣ ବିଧିକୁ କଡାକଡି କରିଛନ୍ତି ଜିଲ୍ଲା ନିର୍ବାଚନ କର୍ତ୍ତୃପକ୍ଷ । ଫୁଲବାଣୀ ସହରର ସର୍ବସାଧାରଣ ସ୍ଥାନ ମାନଙ୍କରେ ଲାଗିଥିବା ପୋଷ୍ଟର, ବ୍ୟାନର ଓ ଦଳୀୟ ପତାକାକୁ ହଟାଇଛି ପୌରପାଳିକା ।
ପୌରପାଳିକାର ଅଧିକୃତ ଅଧିକାରୀଙ୍କ ଉପସ୍ଥିତିରେ ସହରର ବିଜୁ ପଟ୍ଟନାୟକ ଛକ, ଏଫସିଆଇ ଛକ, କୋର୍ଟ ଛକ ପ୍ରଭୃତି ସ୍ଥାନରେ ଲାଗିଥିବା ଏପରି ଦଳୀୟ ପୋଷ୍ଟର ବ୍ୟାନର ଓ ପତାକା ମାଳକୁ ବାହାର କରାଯାଇଛି ।