ଓଡିଶା

odisha

ETV Bharat / state

‘ବିକାଶ ହିଁ ମୂଳ ଲକ୍ଷ୍ୟ’ - archana

କଂଗ୍ରେସ ଗଡରେ ବିଜେପି ପ୍ରାର୍ଥୀଙ୍କୁ ମିଳିଲା ଟିକେଟ। ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବେ ମହିଳା ପ୍ରାର୍ଥୀ। କନ୍ଧମାଳ ଜି.ଉଦୟଗିରିରେ ବିଧାନସଭା ଆସନରେ ବିଜେପି ପ୍ରାର୍ଥିନୀ ଭାବେ ଟିକେଟ ପାଇଛନ୍ତି ଅର୍ଚ୍ଚନା ପ୍ରଧାନ। ପ୍ରଥମେ ସେ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଥିଲେ । ହେଲେ ରାଜନୀତିରେ ପାଦ ଦେବା ପାଇଁ ସେ ଚାକିରୀ ଛାଡିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Apr 2, 2019, 6:56 PM IST

Updated : Apr 2, 2019, 8:27 PM IST

ଫୁଲବାଣୀ: ଅନୁସୂଚିତ ଜନଜାତି ସଂରକ୍ଷିତ ଗୁରୁତ୍ବପୂର୍ଣ ବିଧାନସଭା ଆସନ ଜି.ଉଦୟଗିରି ବିଧାନସଭା ଆସନରେ ବିଜେପି ପ୍ରାର୍ଥିନୀ ନବାଗତା ଅର୍ଚ୍ଚନା ପ୍ରଧାନ । ଅଧ୍ୟାପିକା ଚାକିରୀଛାଡି ରାଜନୀତିରେ ପଶିଥିଲେ ଅର୍ଚ୍ଚନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ତେବେ ଏହି ନିର୍ବାଚନ ମଣ୍ଡଳୀରେ ଶିକ୍ଷା ସ୍ବାସ୍ଥ୍ୟ ପରି ମୌଳିକ ସମସ୍ୟାକୁ ଦୂର କରିବା ତାଙ୍କ ପ୍ରାଥମିକତା ହେବ ବୋଲି କହିଛନ୍ତି ଅର୍ଚ୍ଚନା । ଇଟିଭି ଭାରତ ସହିତ ଏକ ୱାନ ଟୁ ୱାନରେ ବିକାଶ ହିଁ ହେବ ତାଙ୍କ ମୂଳ ଲକ୍ଷ୍ୟ ଏବଂ ନବୀନ ସରକାର ଆଉ ନାହିଁ ଦରକାର, ହେବ ତାଙ୍କ ସ୍ଲୋଗାନ ବୋଲି ମତ ଦେଇଛନ୍ତି ।

ଏହି ନିର୍ବାଚନ ମଣ୍ଡଳୀକୁ କଂଗ୍ରେସର ଗଡ ବୋଲି କୁହାଯାଉଥିଲେ ହେଁ 2009ରେ ବିଜେପି ଜିତିଥିଲା ଏହି ଆସନ । ତେବେ 2014ରେ କଂଗ୍ରେସର ଜାକବ୍ ପ୍ରଧାନ ଜିତିଥିଲେ କିନ୍ତୁ ଚଳିତ ଥର ତାଙ୍କୁ ଟିକେଟ୍ ମିଳିଲା ନାହିଁ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Apr 2, 2019, 8:27 PM IST

ABOUT THE AUTHOR

...view details