ଓଡିଶା

odisha

By ETV Bharat Odisha Team

Published : Dec 16, 2023, 8:43 PM IST

ETV Bharat / state

ଜଗା ମୁଣ୍ଡରେ ଲାଗିବ କୃତ୍ରିମ ଖପୁରୀ, ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କଲେ ଦିଲ୍ଲୀ ଏମ୍ସ ଡାକ୍ତର

Delhi AIIMS professor Deepak Gupta met Jaga: ଜଗା ମୁଣ୍ଡରେ ଲାଗିବ କୃତ୍ରିମ ଖପୁରୀ । ଆଜି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଜଗାକୁ ଭେଟିଲେ ଦିଲ୍ଲୀ ଏମ୍ସରୁ ଆସିଥିବା ପ୍ରଫେସର ଦୀପକ ଗୁପ୍ତା । ଅଧିକ ପଢନ୍ତୁ

skull transplant of Jaga
skull transplant of Jaga

ଜଗା ମୁଣ୍ଡରେ ଲାଗିବ କୃତ୍ରିମ ଖପୁରୀ

ଫୁଲବାଣୀ:ବହୁଚର୍ଚ୍ଚିତ କନ୍ଧମାଳର ଯୋଡା ମୁଣ୍ଡ ଶିଶୁ ଜଗାକୁ ଆଜି (ଶନିବାର) ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭେଟିଛନ୍ତି ଦିଲ୍ଲୀ ଏମ୍ସର ନ୍ୟୁରୋ ସର୍ଜନ ପ୍ରଫେସର ଦୀପକ ଗୁପ୍ତା । ଜଗା ମୁଣ୍ଡରେ କୃତ୍ରିମ ଖପୁରୀ ଲାଗିବାକୁ ଥିବାରୁ ତାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ଲାଗି ସେ ଓଡ଼ିଶା ଆସିଥିବା ଜଣାପଡ଼ିଛି । ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ସେ ଅସ୍ତ୍ରୋପଚାର ଲାଗି ତାରିଖ ଦେବେ ବୋଲି କହିଛନ୍ତି ।

ଦିଲ୍ଲୀ ଏମ୍ସର ଏହି ପ୍ରଫେସର ଦୀପକ ଗୁପ୍ତା ଉଭୟ ଯୋଡାମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ଅସ୍ତ୍ରୋପଚାର କରି ଅଲଗା କରିଥିଲେ । ତେବେ ଜଗା ମୁଣ୍ଡରେ ଖପୁରୀ ପ୍ରତ୍ୟାରୋପଣ କରାଯିବାକୁ ଥିବା ବେଳେ ଅସ୍ତ୍ରୋପଚାର ପରେ ଜଗାର ସ୍ବାସ୍ଥ୍ୟ ଅବସ୍ଥା କିପରି ରହିଛି, ଖପୁରୀ ପ୍ରତ୍ୟାରୋପଣ କରାଯାଇପାରିବ ନା ନାହିଁ ତାହା ଯାଞ୍ଚ କରିବା ପାଇଁ ଆଜି ଦିଲ୍ଲୀ ଏମ୍ସରୁ ଆସି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମନୋଜ ଉପାଧ୍ୟାୟ, ଡାକ୍ତର ଅଭୟ ପଟ୍ଟନାୟକ ଏବଂ ମେଡିକାଲର ଏକ ଟିମ ସହ ଜଗା ରହୁଥିବା କ୍ୟାବିନରେ ପହଞ୍ଚି ଅସ୍ତ୍ରୋପଚାର ହୋଇଥିବା ଜଗାର ମୁଣ୍ଡ ଓ ହେଲମେଟକୁ ଯାଞ୍ଚ କରିବା ପରେ ଜଗାକୁ ଚଲାବୁଲା କରାଇଥିଲେ ।

ଏହା ବି ପଢନ୍ତୁ- ୩ ବର୍ଷ ପରେ ଜଗାର ହେବ ଖପୁରୀ ପ୍ରତିରୋପଣ

ତେବେ ଜଗା ସମ୍ପୂର୍ଣ୍ଣ ସୁସ୍ଥ ଅଛି ସ୍କୁଲ ଯାଇପାରିବ ବୋଲି ସେ କହିଥିଲେ । ସେ ଦିଲ୍ଲୀ ଫେରିବା ପରେ ଦ୍ଵିତୀୟ ଅସ୍ତ୍ରୋପଚାର ପାଇଁ ତାରିଖ ସ୍ଥିର କରିବା ପରେ ଜଗା ମୁଣ୍ଡରେ ଖପୁରୀ ଲଗାଯିବ ବୋଲି ଉପସ୍ଥିତ ମେଡିକାଲ ଟିମକୁ କହିଛନ୍ତି ପ୍ରଫେସର ଗୁପ୍ତା । ଏଠାରେ ସୂଚନା ଥାଉ କି ୯ ଏପ୍ରିଲ ୨୦୧୫ ମସିହାରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମେଲୁପଡl ଗ୍ରାମର ଭୂୟାଁ କହଁର ଧର୍ମପତ୍ନୀ ପୁଷ୍ପାଞ୍ଜଳୀ କହଁରଙ୍କ ଔରସରୁ ଫୁଲବାଣୀ ଚିକିତ୍ସାଳୟରେ ଜନ୍ମଗ୍ରହଣ କରିଥିଲେ ଯୋଡା ମୁଣ୍ଡ ଶିଶୁ ଜଗାବଳିଆ । ରାଜ୍ୟ ସରକାରଙ୍କ ତତ୍ତ୍ଵାବଧାନ ଓ ସହଯୋଗରେ ୨୮ ଅଗଷ୍ଟ ୨୦୧୭ ମସିହାରେ ଦିଲ୍ଲୀ ଏମ୍ସରେ ୪୦ ଜଣିଆ ସ୍ଵତନ୍ତ୍ର ଟିମ ଉଭୟଙ୍କର ଏକ ଜଟିଳ ଅପରେସନ କରିଥିଲେ ।

ଏହି ଅପରେସନ ସଫଳ ହୋଇଥିବା ବେଳେ ଉଭୟ ଶିଶୁଙ୍କୁ ଅଲଗା କରାଯାଇଥିଲା । ଏହି ଅପରେସନ ସାରା ବିଶ୍ବକୁ ଚକିତ କରିଦେଇଥିଲା । ଅପରେସନ ପରେ ବଳିଆର ସ୍ବାସ୍ଥ୍ୟାବସ୍ଥା ଏତେ ଭଲ ରହୁନଥିଲା । ୬ ସେପ୍ଟମ୍ବର ୨୦୧୯ରେ ଉଭୟଙ୍କୁ କଟକ ବଡ ମେଡିକାଲ ଅଣାଯାଇଥିଲା । ଡାକ୍ତରମାନଙ୍କ ଶତଚେଷ୍ଟା ସତ୍ତ୍ବେ ୨୫ ନଭେମ୍ବର ୨୦୨୦ରେ କଟକ ବଡ ମେଡିକାଲରେ ବଳିଆର ମୃତ୍ୟୁ ଘଟିଥିଲା । ଜଗାର ସ୍ବାସ୍ଥ୍ୟାବସ୍ଥା ଭଲ ଥିବାରୁ ବାପାମାଆଙ୍କ ଅନୁରୋଧ କ୍ରମେ ଦୀର୍ଘ ୫ ବର୍ଷ ପରେ ୨୨ ମାର୍ଚ ୨୦୨୧ରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଫେରିଥିଲା ଜଗା । ଜଗା ପାଇଁ ଏକ ସ୍ଵତନ୍ତ୍ର କ୍ୟାବିନର ବ୍ୟବସ୍ଥା କରାଯାଇଥିଲା । କ୍ୟାବିନରେ ୨୪ ଘଣ୍ଟିଆ ଡାକ୍ତରଙ୍କ ତତ୍ତ୍ଵାବଧାନରେ ରହିଥିଲା ଜଗା ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details