ଓଡିଶା

odisha

ETV Bharat / state

କନ୍ଧମାଳରେ ତୁହାକୁ ତୁହା ବର୍ଷା ସହ ବଢୁଛି ପବନର ବେଗ

ବାତ୍ୟା 'ଫନି' ପ୍ରଭାବରେ  ପ୍ରଭାବରେ କନ୍ଧମାଳରେ ମଧ୍ୟ ଅତି ବେଗରେ ପବନ ବହିବାରେ ଲାଗିଛି । ରାସ୍ତା ଉପରେ ଥିବା ଅନେକ ବଡ ବଡ ଗଛ ଉପୁଡିବାରେ ଲାଗିଛି ।

By

Published : May 3, 2019, 2:09 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: ସାମୁଦ୍ରିକ ଝଡ଼ 'ଫନି'ର ପ୍ରଭାବରେ ପୁରୀ ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ପୁରୀ, ଜଗତସିଂହପୁର, ଭୁବନେଶ୍ୱର, ବ୍ରହ୍ମପୁର ସମେତ ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲାରେ ଗତ କାଲି ରାତିରୁ ଆରମ୍ଭ ହୋଇଛି ପ୍ରବଳ ବର୍ଷା । ବାତ୍ୟା 'ଫନି' ପ୍ରଭାବରେ ପ୍ରଭାବରେ କନ୍ଧମାଳରେ ମଧ୍ୟ ଅତି ବେଗରେ ପବନ ବହିବାରେ ଲାଗିଛି । ରାସ୍ତା ଉପରେ ଥିବା ଅନେକ ବଡ ବଡ ଗଛ ଉପୁଡିବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

'ଫନି' ପ୍ରଭାବରେ ପ୍ରବଳ ବର୍ଷା ଲାଗିରହିଛି । ଜିଲ୍ଲାର ଛଅଟି ବ୍ଲକର ପ୍ରାୟ ଦଶ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ବିଭିନ୍ନ ଆଶ୍ରୟ କେନ୍ଦ୍ରରେ ଲୋକଙ୍କୁ ରଖାଯିବ ସହିତ ରନ୍ଧା ଖାଦ୍ୟ ଦିଆଯାଉଛି । କେତେକ ସ୍ଥାନରେ ଗଛ ପଢ଼ିଛି। ତେବେ ସମସ୍ତଙ୍କୁ ନିରାପଦ ସ୍ଥାନରେ ରଖାଯାଇଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।


କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details