ଫୁଲବାଣୀ: ସରକାର କୋରୋନା ମାହାମାରୀ ମୁକାବିଲା ପାଇଁ ସମସ୍ତ ଉପାୟ ଜାରି ରଖିଛନ୍ତି। ସ୍ୱାସ୍ଥ୍ୟ କର୍ମୀଙ୍କୁ କୋରୋନା ଯୋଦ୍ଧା ବୋଲି ଘୋଷଣା କରି ନାନା ସହାୟତା କଥା କହିଛନ୍ତି। କିନ୍ତୁ କୋଭିଡ ଡ୍ୟୁଟିରେ ଥିବା ଜିଏନଏମ୍ ମାନଙ୍କ 2 ମାସର ଦରମା ମିଳିନାହିଁ ଏବଂ ଓଲଟା ଛଟେଇ କରିବାକୁ ନୋଟିସ କରୁଛନ୍ତି। ଏପରି ଅନ୍ୟାୟର ପ୍ରତିବାଦ କରିଛନ୍ତି ଜିଏନଏମ ମାନେ ଏବଂ ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଦେଇଛନ୍ତି।
ଜିଲ୍ଲାରେ 60ରୁ ଅଧିକ ଷ୍ଟାଫ ନର୍ସ ମାନଙ୍କୁ ମାର୍ଚ୍ଚ 20 ତାରିଖରେ ନୂତନ ନିଯୁକ୍ତି ଦିଆଯାଇ କୋଭିଡ ଡ୍ୟୁଟିରେ ଲଗାଯାଇଥିଲା। ଜିଲ୍ଲାର 40ରୁ ଅଧିକ ଟିଏମସି ଓ କ୍ଵାରେଣ୍ଟାଇନ ସେଣ୍ଟରରେ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ସେମାନଙ୍କୁ ଏହି ଦୁଇ ମାସ ମଧ୍ୟରେ ଦୁଇ ଦୁଇ ଥର ଛଟେଇ ନିର୍ଦେଶ ଦିଆଗଲାଣି। ଦୁଇମାସର ଦରମା ମଧ୍ୟ ଦିଆଯାଇନାହିଁ।