ଓଡିଶା

odisha

ETV Bharat / state

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲା, ଦୋଷୀକୁ ୩ ଵର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଦୋଷୀକୁ ୩ ଵର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଫୁଲବାଣୀ ଫାଷ୍ଟଟ୍ରାକ ପୋସ୍କୋ କୋର୍ଟ । ଅଧିକ ପଢନ୍ତୁ

Phulbani Fasttrack Posco Court
Phulbani Fasttrack Posco Court

By

Published : Mar 30, 2023, 11:17 AM IST

ଫୁଲବାଣୀ: ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲା । ରାୟ ଶୁଣାଇଲେ ଫୁଲବାଣୀ ଫାଷ୍ଟଟ୍ରାକ ପୋସ୍କୋ କୋର୍ଟ । ଏହି ମାମଲାରେ ଜଣକୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଫୁଲବାଣୀ ଫାଷ୍ଟଟ୍ରାକ ପୋସ୍କୋ କୋର୍ଟର ବିଚାରପତି ଏକ ୧୭ବର୍ଷିଆ ଦିବ୍ୟାଙ୍ଗ ନାବାଳିକାର ଦୁଷ୍କର୍ମ ଉଦ୍ୟମ ମାମଲାର ୧୨ଜଣ ସାକ୍ଷୀ ବୟାନ ଆଧାରରେ ଵିଚାର କରି ବଶିଷ୍ଠ ଦିଗାଲ (35)ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ଵର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଆଉ ଅଧିକ ୩ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ସୂଚନା ଅନୁସାରେ, ଏହି ଘଟଣା ୨୦୧୯ ମସିହା ଜାନୁଆରୀ ୫ ତାରିଖର । ପୀଡ଼ିତାର ପିତା ମାତା ଫୁଲବାଣୀ ଡାକ୍ତରଖାନା ଯାଇଥିବା ବେଳେ ଦିବ୍ୟାଙ୍କ ପୀଡିତା ଘରେ ଏକୁଟିଆ ରହିଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତଜଣକ ତାଙ୍କ ଘରକୁ ଯାଇ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା । ତେବେ ନାବାଳିକା ଚିତ୍କାର କରିବାରୁ ତାଙ୍କ ସାଙ୍ଗ ସାଥି ଆସିବାରୁ ଅଭିଯୁକ୍ତ ଚମ୍ପଟ ମାରିଥିଲା । ତେବେ ବାପା ମାଆ ଘରକୁ ଫେରିବା ପରେ ତାଙ୍କ ସମ୍ମୁଖରେ ସମସ୍ତ କଥା ପ୍ରକାଶ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଆଜିଠୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ 3 ଦିନିଆ ଓଡିଶା ଗସ୍ତ, କୋଟିଆବାସୀଙ୍କ ସହ ପାଳିବେ ଉତ୍କଳ ଦିବସ

ଏହା ମଧ୍ୟ ପଢନ୍ତୁ: Fake certificate Case: କେଳେଙ୍କାରୀରେ ବିଜେଡିର ବଡ ନେତା ସମ୍ପୃକ୍ତି ଅଭିଯୋଗ କଲେ କଂଗ୍ରେସ ବିଧାୟକ

ପରିବାର ଲୋକେ ଜାଣିବା ପରେ ଏ ସଂକ୍ରାନ୍ତରେ ୮ ଜାନୁଆରୀ ୨୦୧୯ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ଥାନା କେଶ୍ ନଂ°୫/୧୯ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ । ଗତକାଲି(ମଙ୍ଗଳବାର) ଏହି ମାମଲାର ଶୁଣାଣୀ କରି ପୋକ୍ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ୧୨ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ତରଫରୁ ପୋସ୍କୋ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ । କନ୍ଧମାଳ ଜିଲ୍ଲାରେ ନାବାଳିକା ଦୁଷ୍କର୍ମ ମାମଲା ବହୁବାର ଘଟୁଥିବା ବେଳେ ଫୁଲବାଣୀ ପୋସ୍କୋ କୋର୍ଟ ମଧ୍ୟ ବହୁ ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରୁଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details