ଓଡିଶା

odisha

By

Published : Oct 4, 2020, 12:01 PM IST

ETV Bharat / state

ହାଥରସ ଘଟଣାକୁ ନେଇ ଫୁଲବାଣୀରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ଥରସ କାଣ୍ଡକୁ ନେଇ ଫୁଲବାଣୀରେ ଗର୍ଜିଲେ କଂଗ୍ରେସ କର୍ମୀ। ଫୁଲବାଣୀ ବିଜୁ ପଟନାୟକ ଛକରେ କନ୍ଧମାଳ ଯୁବ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବା ସହ କ୍ୟାଣ୍ଡଲ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ହାଥରସ ପୀଡିତାଙ୍କୁ । ଅଧିକ ପଢନ୍ତୁ...

Congress protest in Phulbani over Hathras incident
ହାଥରସ ଘଟଣାକୁ ନେଇ ଫୁଲବାଣୀରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ଫୁଲବାଣୀ: ସାରା ଦେଶରେ ହାଥରସ ଘଟଣା ପାଇଁ ଜନ ଅସନ୍ତୋଷର ନିଆଁ ଜଳୁଥିବା ବେଳେ ସ୍ଥାନେ ସ୍ଥାନେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏପଟେ ହାଥରସ କାଣ୍ଡକୁ ନେଇ ଫୁଲବାଣୀରେ ଗର୍ଜିଲେ କଂଗ୍ରେସ କର୍ମୀ। ଗଣଦୁଷ୍କର୍ମ ଓ ବିଭତ୍ସ ହତ୍ୟାକାଣ୍ଡକୁ ନେଇ ଫୁଲବାଣୀ ବିଜୁ ପଟ୍ଟନାୟକ ଛକରେ କନ୍ଧମାଳ ଯୁବ କଂଗ୍ରେସ ବିକ୍ଷୋଭ କରିଛନ୍ତି । ଏହାସହ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ହାଥରସ ପୀଡିତାଙ୍କୁ।

ହାଥରସ ଘଟଣାକୁ ନେଇ ଫୁଲବାଣୀରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ଏହା ସହ ବିଜେପି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ କଂଗ୍ରେସ କର୍ମୀ ଓ ନେତା। ଏବଂ ପରେ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ସହରର କେତେକ ସାମାଜିକ ସଂଗଠନ ମଧ୍ୟ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details