ଓଡିଶା

odisha

By

Published : Nov 1, 2021, 5:16 PM IST

Updated : Nov 1, 2021, 6:01 PM IST

ETV Bharat / state

ପଡିଆ ଅଳିଆ କଲେ ନେତା-ମନ୍ତ୍ରୀ ! ସ୍ଵଚ୍ଛ ଭାରତ ପାଠ ପଢାଇଲେ କଲେଜ ଛାତ୍ର

ସ୍ବଚ୍ଛ ଭାରତର ନାରା ଦେଉଛନ୍ତି ନେତା ମନ୍ତ୍ରୀ କିନ୍ତୁ ସେମାନ ପାଳନ କରୁନାହାଁନ୍ତି ଯାହାର ଜ୍ବଳନ୍ତ ନିଦର୍ଶନ ଦେଖିବାକୁ ମିଳିଛି ଏକ ଭାଇାରାଲ ଭିଡିଓ । ଅଧିକ ପଢନ୍ତୁ...

swachha bharat lesson taught collage student to political leader
ନେତାଙ୍କୁ ସ୍ଵଚ୍ଛ ଭାରତର ପାଠ ପଢାଇଲେ କଲେଜ ଛାତ୍ର, ଭିଡିଓ ଭାଇରାଲ

ଫୁଲବାଣୀ: ନେତାଙ୍କୁ ସ୍ବଚ୍ଛ ଭାରତର ପାଠ ପଢ଼ାଇଲେ କଲେଜ ଛାତ୍ର । ସ୍ବଚ୍ଛ ଭାରତର ନାରା ଦେଉଛନ୍ତି ନେତା ମନ୍ତ୍ରୀ କିନ୍ତୁ ସେମାନ ପାଳନ କରୁନାହାଁନ୍ତି । ଯାହାର ଜ୍ବଳନ୍ତ ନିଦର୍ଶନ ଦେଖିବାକୁ ମିଳିଛି ଏକ ଭାଇାରାଲ ଭିଡିଓରୁ । ଏଭଳି ଏକ ଭାଇରାଲ ଭିଡିଓ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

ନେତାଙ୍କୁ ସ୍ଵଚ୍ଛ ଭାରତର ପାଠ ପଢାଇଲେ କଲେଜ ଛାତ୍ର, ଭିଡିଓ ଭାଇରାଲ

ଭାଇରାଲ ଭିଡ଼ିଓରେ ଛାତ୍ର ଜଣକ ବିଜେଡି ଦଳର ନେତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସମ୍ପୃକ୍ତ ଛାତ୍ର ଜଣକ କହିଛନ୍ତି ନେତା ମନ୍ତ୍ରୀ ମାନେ ନିଜେ ସ୍ବଚ୍ଛା ଭାରତର ବାର୍ତ୍ତା ବାଣ୍ଟିବା ସହ ପଠ ପଢାଉଛନ୍ତି । କିନ୍ତୁ ନିଜେ ହିଁ ସ୍ବଚ୍ଛ ଭାରତର ଧଜିଆ ଉଡାଉଛନ୍ତି ବୋଲି କହିଛନ୍ତି । ନେତାମନ୍ତ୍ରୀ ପଡିଆ ଭିତରେ କାର୍ଯ୍ୟକ୍ରମ କରନ୍ତୁ, କିଛି ଅସୁବିଧା ନାହିଁ । ହେଲେ ପଡିଆକୁ ଅଳିଆ ଆବର୍ଜନା ନ କରିବାକୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୂଚନାଥାଉକି ଗତ 29 ତାରିଖରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସ୍ଥିତ ରାଶିପଦା ଖେଳ ପଡ଼ିଆରେ ବିଜେଡି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଦଳୀୟ କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଆଇନ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ । ଶତାଧିକ ଦଳୀୟ କର୍ମୀଙ୍କୁ ନେଇ ବୈଠକ ହେବା ସହ ଭୋଜି ଭାତର ଆୟୋଜନ ହୋଇଥିଲା। ଆଉ ନେତାକର୍ମୀ ଭୋଜି ଖାଇବା ପରେ ଖେଳ ପଡିଆ ଭିତରେ ଏଣେ ତେଣେ ଖାଇବା ପ୍ଲେଟ ଆଉ ଅଳିଆ ପକାଇ ଚାଲି ଯାଇଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated : Nov 1, 2021, 6:01 PM IST

ABOUT THE AUTHOR

...view details