ଓଡିଶା

odisha

ETV Bharat / state

କନ୍ଧମାଳକୁ ଛୁଇଁଛି ଶୀତ, ଶୀତୁଆ ସକାଳରେ ପୁଲକିତ ପ୍ରକୃତିରାଣୀ - କନ୍ଧମାଳରେ ଶୀତ

ଶୀତ କହିଲେ କନ୍ଧମାଳ ଜିଲ୍ଲାକୁ ବୁଝାଏ । କନ୍ଧମାଳ ଜିଲ୍ଲାକୁ ଝୁଇଁଛି ଶୀତ । ଶୀତ ସକ।ଳରେ ପୁଲକିତ ହୋଇ ଉଠୁଛି ପ୍ରକୃତିରାଣୀ । ଓଡିଶାର କାଶ୍ମରୀ ଦାରିଙ୍ଗବାଡିରେ ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ । ଅଧିକ ପଢନ୍ତୁ

କନ୍ଧମାଳକୁ ଛୁଇଁଛି ଶୀତ, ଶୀତୁଆ ସକ।ଳରେ ପୁଲକିତ ପ୍ରକୃତିରାଣୀ
କନ୍ଧମାଳକୁ ଛୁଇଁଛି ଶୀତ, ଶୀତୁଆ ସକ।ଳରେ ପୁଲକିତ ପ୍ରକୃତିରାଣୀ

By

Published : Nov 11, 2022, 3:25 PM IST

ଫୁଲବାଣୀ: ଶୀତର ଅନୁଭୂତି ନିଆରା । ଶୀତର ଅନୁଭୂତି ଅନନ୍ୟ । ଶୀତୁଆ ସକାଳରେ ପୁଲକିତ ହୋଇଉଠୁଛି ପ୍ରକୃତି ରାଣୀ । ଶୀତକୁ ଅନୁଭବ କରି କବି କଲମରୁ ଲେଖି ହୋଇଯାଏ 'ସ୍ମୃତି ଶୀତ ସକାଳର କଅଁଳ ଖରାର ତାତି' । ଶୀତ ସକାଳ ଓ କଅଁଳ ଖରାର ତାତିକୁ ଉପଭୋଗ କରୁଛନ୍ତି କନ୍ଧମାଳବାସୀ । ପିହିଲି ଶୀତର ସ୍ପର୍ଶରେ କନ୍ଧମାଳ ପୁଲକିତ ହୋଇଛି । ରୂପାର କୁହୁଡି ଚାଦରରେ ନୂଆ ବୋହୂ ପରି ଘୋଡେ଼ଇ ହୋଇଛି ସାରା ଜିଲ୍ଲା । ବୁନ୍ଦା ବୁନ୍ଦା ମୁକ୍ତା ରୂପକ କାକର ବିନ୍ଦୁରେ ଚମକୁଛି ଜିଲ୍ଲା ।

କନ୍ଧମାଳକୁ ଛୁଇଁଛି ଶୀତ, ଶୀତୁଆ ସକ।ଳରେ ପୁଲକିତ ପ୍ରକୃତିରାଣୀ

ଶୀତର ଟିକିଏ କଅଁଳିଆ ସ୍ପର୍ଶ ପାଇଁ ଲୋକେ ପ୍ରଭାତ ଫେରି କରୁଛନ୍ତି । ମର୍ଣିଂୱାକ ସହିତ ହାଲକା ହାଲକା ବ୍ୟାୟାମ, ଯୋଗ, ଖେଳରେ ମଜ୍ଜି ଯାଇଛନ୍ତି ଲୋକେ । ଫୁଲର ସହର ଏବେ ଫୁଲରେ ଭରପୁର । ଓଡ଼ିଶାର କାଶ୍ମୀର ମୁହାଁ ହୋଇଛନ୍ତି ପର୍ଯ୍ୟଟକ ଓ ପ୍ରକୃତି ପ୍ରେମୀ । ପହିଲି ଶୀତ ସକାଳରେ ହସି ଉଠିଛି ଧରା । ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ସକାଳ ଓ ସନ୍ଧ୍ୟାକୁ ବିମୋହିତ କରୁଛି ଶୀତ l ସୁଲ ସୁଲିଆ ପବନ ସହ କୁହୁଡିର ବଳୟ ଲୋକଙ୍କ ମନକୁ ବିମୋହିତ କରିଛି l କୁହୁଡିର ଘନ ଆସ୍ତରଣ ଥିବାରୁ ଜିଲ୍ଲାର ରୂପ ଲାବଣ୍ୟ ବୃଦ୍ଧି ପାଉଛି l

ସକାଳୁ ଫୁଲବାଣୀ ସହର କୁହୁଡିର ଧଳା ଚାଦରରେ ଢାଙ୍କି ହୋଇ ରହୁଛି l ଫଳରେ ଏହାର ବେଶ ମଜା ନେଉଛନ୍ତି ସହରବାସୀ l ନିଜକୁ ଫିଟ ରଖିବା ପାଇଁ ସକାଳୁ କିଏ ମର୍ଣିଂୱାକ କରୁଛି ତ ଆଉ କିଏ ବ୍ୟାୟାମ କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାରେ ପହିଲି ଶୀତକୁ ଆତୁର ସହ ଅପେକ୍ଷା କରିଥିଲେ ସହରବାସୀ l ପ୍ରକୃତି ରାଣୀ ସଜେଇ ହେବାର ମନଲୋଭl ଦୃଶ୍ୟ ଦେଖିବାକୁ ସମସ୍ତେ ମନ ଭରି ଉପଭୋଗ କରୁଛନ୍ତି । ଚାହା ଦୋକାନରେ ଚାହା ପି ମଜା ନେଉଛନ୍ତି ଲୋକେ । ଆଉ କେଉଁଠି ଶୀତକୁ ହରାଇବାକୁ ନିଆଁ ପୁଆଁ ଚାଲିଛି । ଆଉ କେଉଁଠି ପେଟପାଟଣା ପାଇଁ ଶୀତକୁ ସାଥୀ କରି ପାଦ ଆଗକୁ ଆଗକୁ ବଢି ଚାଲିଛି ।

ଚଳିତ ବର୍ଷ ଦଶହରା ପାର୍ବଣ ଋତୁ ପରେ ଜିଲ୍ଲାରେ ଶୀତର ପ୍ରଭାବ ଦେଖିବାକୁ ମିଳିଛି l କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ତୁମୁଡ଼ିବନ୍ଧ କୋଟଗଡ଼ ବେଲଘର ଆଦି ସମସ୍ତ ଅଞ୍ଚଳରେ ଶୀତ ବଢିବା ସାଙ୍ଗକୁ ପ୍ରକୃତିର ମାନୋ ଲୋଭl ଦୃଶ୍ୟର ମଜା ନେଉଛନ୍ତି ସ୍ଥାନୀୟ ଲୋକେ l ପ୍ରକୃତି ରାଣୀ ଫୁଲବାଣୀ ଏବେ ସଜେଇ ହେବା ଆରମ୍ଭ କରିଥିବା ବେଳେ ପ୍ରକୃତି ପ୍ରେମୀ ଭାବରେ ଭୋଳ ହୋଇ ଏହି ଦୃଶ୍ୟରେ ହଜି ଯାଉଛନ୍ତି l ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଏବେ ପର୍ଯ୍ୟଟକଙ୍କ ଧୀରେ ଧୀରେ ସୁଅ ଛୁଟିବା ଆରମ୍ଭ ହେଲାଣି ।

ଘନ କୁହୁଡ଼ି ସାଙ୍ଗକୁ କାକର ଭିଜା ଶୀତୁଆ ସକାଳରେ ଏବେ ସମସ୍ତେ ମସଗୁଲ ହୋଇଛନ୍ତି l କନ୍ଧମାଳର ଏ ସୁନ୍ଦର ପିରବେଶକୁ ନେଇ ଭାବ ବିହ୍ବଳ ହୋଇପଡିଛନ୍ତି କବି । ଫୁଲବାଣୀ ସହରରେ ପାରଦ ୧୫.୫ ଡିଗ୍ରୀ ରହୁଥିବା ବେଳେ ଦାରିଙ୍ଗବାଡିରେ ପାରଦ ୧୫.୦ ଡିଗ୍ରୀ ରହୁଛି । ଚଳିତ ବର୍ଷ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୨.୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୧୩.୫ ଡିଗ୍ରୀ ରେକର୍ଡ ହୋଇଛି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details