ଓଡିଶା

odisha

ETV Bharat / state

ମାଗଣାରେ ଇଞ୍ଜିନିୟରିଂ ଓ ଡିପ୍ଲୋମା କରାଇଦେବା କହି ଠକେଇ - KANDHAMAL

ମାଗଣାରେ ପଲିଟେକନିକ୍, ଇଞ୍ଜିନିୟରିଙ୍ଗ ଡିପ୍ଲୋମା କରାଇ ଦେବା ଏବଂ ଚାକିରି ଦେବାକୁ କହି ଠକିଛି ଘରୋଇ ସଂସ୍ଥା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

By

Published : Jun 21, 2019, 3:34 PM IST

ଫୁଲବାଣୀ: ମାଗଣାରେ ପଲିଟେକନିକ୍, ଇଞ୍ଜିନିୟରିଙ୍ଗ ଡିପ୍ଲୋମା କରାଇ ଦେବା ଏବଂ ଚାକିରି ଦେବାକୁ କହି ଠକିଛି ଘରୋଇ ସଂସ୍ଥା । ଏପରି ଘଟଣା ଦେଖିବାକୁ ମିଳିଛି କନ୍ଧମାଳର କ.ନୂଆଗାଁ ବ୍ଲକ ସାରଙ୍ଗଡ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ପଞ୍ଚାୟତ ଓ ନିକଟସ୍ଥ ଅନ୍ୟ ପଞ୍ଚାୟତରେ । ଶହ ଶହ ଛାତ୍ରଛାତ୍ରୀଙ୍କ ଠାରୁ ମାଗଣାରେ ପଲିଟେକନିକ୍, ଇଞ୍ଜିନିୟରିଙ୍ଗ ଡିପ୍ଲୋମା କରାଇ ଦେବା ଏବଂ ଚାକିରି ଦେବାକୁ କହି ଠକାମୀ କରିଛି ସଂସ୍ଥା । ଏହା ସହ ଏଜେଣ୍ଟ ଓ ସଂସ୍ଥା ସମସ୍ତ ଛାତ୍ରଛାତ୍ରୀଙ୍କ ଓରିଜିନାଲ ସାର୍ଟିଫିକେଟ ନେଇଯାଇଛି। ଗୋଟିଏ ବର୍ଷ ପାଠପଢା ନଷ୍ଟ ହେବା ସହିତ ଏବେ ଓରିଜିନାଲ୍ ପ୍ରମାଣପତ୍ର ନ ଥିବାରୁ ଅନ୍ୟ କେଉଁଠି ପଢିବା ସମ୍ଭବ ହେଉନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ


ଏକ ବେସରକାରୀ ପଲିଟେକନିକ୍ କଲେଜର ଏଜେଣ୍ଟ କହି ଶହ ଶହ ପିଲାଙ୍କ ଠାରୁ ସମସ୍ତ ଓରିଜିନାଲ ସାର୍ଟିଫିକେଟ ସଂଗ୍ରହ କରିଥିଲା । ହେଲେ ଏହା ମଧ୍ୟରେ ବର୍ଷେ ହୋଇଯାଇଥିଲେ ମଧ୍ୟ ଧରାଛୁଆଁ ଦେଉନାହାଁନ୍ତି ଏଜେଣ୍ଟ ଓ ସଂସ୍ଥା । ବର୍ତ୍ତମାନ ଦଶ ହଜାର ଲେଖାଏଁ ଦେଲେ ସାର୍ଟିଫିକେଟ୍ ଫେରାଇବାକୁ କହିଛନ୍ତି । ବର୍ଷେରୁ ଅଧିକ ସମୟ ଧରି ଏପରି ଠକାମୀର ଶିକାର ଛାତ୍ରଛାତ୍ରୀ ସାରଙ୍ଗଡ ଥାନାକୁ ଆସି ଏତଲା ଦେଇଥିଲେ ମଧ୍ୟ କେହି ଶୁଣୁ ନଥିବା କହିଛନ୍ତି । ଫଳରେ ଛାତ୍ରଛାତ୍ରୀ ଆଜି ଫୁଲବାଣୀ ଆସି ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details